ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଯୁବ ବିଜେଡି ଉପସଭାପତି କାହ୍ନୁ ଚରଣ ସାହୁଙ୍କୁ ଗୁଳିମାଡ଼

0

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ଚରଣ ସାହୁଙ୍କୁ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପିଛା କରି ତାଙ୍କୁ ତାଙ୍କ କାମାକ୍ଷାନଗର ବାସଭବନ ଆଗରେ ଦୁଇ ରାଉଣ୍ଡ ଗୁଳିମାଡ଼ କରିଛନ୍ତି । ଗୁଳିମାଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ୩ ଦୁର୍ବୃତ୍ତ।

ସୂଚନାଯୋଗ୍ୟ, ବୁଧବାର (ଗତକାଲି) ରାତି ପ୍ରାୟ ୧୧ଟା ବେଳେ କାହ୍ନୁ ଚରଣ କାରରେ ଘରକୁ ଫେରୁଥିବା ବେଳେ କାମାକ୍ଷାନଗର ମେନ୍‌ରୋଡ୍ ସ୍ଥିତ ମା’ ତାରିଣୀ ଅଳଙ୍କାର ଦୋକାନ ସାମ୍ନାରେ ତାଙ୍କୁ ଗୁଳି କରାଯାଇଥିଲା। ତିନି ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସିଥିଲେ। ସେମାନେ ପ୍ରଥମେ କାହ୍ନୁଙ୍କ କାର ଆଗରେ ବାଇକ ରଖିଥିଲେ। ତା’ପରେ କାର କାଚକୁ ଭାଙ୍ଗି ଗୁଳି କରିଥିଲେ। ସେମାନେ କାହ୍ନୁଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।

କାହ୍ନୁଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିଏ ଓ କାହିଁକି କାହ୍ନୁଚରଣଙ୍କ ଉପରକୁ ଗୁଳି କଲେ, ତାହା ଜଣାପଡ଼ିନାହିଁ। କାହ୍ନୁଚରଣ ଜଣେ ଠିକାଦାର ମଧ୍ୟ। ତେଣୁ ରାଜନୀତିକ ଶତ୍ରୁତାରୁ ନା ଠିକାଦାରୀକୁ ନେଇ ଏହି ଗୁଳିକାଣ୍ଡ ଘଟିଛି, ତାହା ଜଣାପଡ଼ିନାହିଁ।

କାମାକ୍ଷାନଗର ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଗୁଡ଼ିକୁ ପୁଲିସ ଯାଞ୍ଚ କରୁଛି। ତେବେ ପୂର୍ବରୁ ବି ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଥରେ ଘର ସାମ୍ନାରେ ଥିବା ତାଙ୍କ କାର ଉପରକୁ ବୋମାମାଡ଼ କରାଯାଇଥିଲା। ସେହିପରି ଆଉ ଥରେ ଢେଙ୍କାନାଳ ସହରରେ ତାଙ୍କ କାରକୁ ଲକ୍ଷ୍ୟ କରି ଗୁଳି କରାଯାଇଥିଲା।

Leave A Reply

Your email address will not be published.