ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଆସାମରେ ସାଂଙ୍ଘାତିକ ବନ୍ୟା ସ୍ଥିତି

0

ଗୈାହାଟି: ଆସାମରେ ବନ୍ୟା ଅତି ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରଭାହିତ ହୋଇଛି । ଅନ୍ୟ ଶାଖା ନଦୀରେ ବି ଜଳସ୍ତର ବୃଦ୍ଧି ଘଟିଛି। ଲଗାଣ ବର୍ଷା ହେବା ଫଳରେ ଜଳସ୍ତର ବଢ଼ିବାରେ ଲାଗିଛ। ରାଜ୍ୟର ୧୦ ଜିଲ୍ଲାର ୩୭ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଗୌହାଟୀରେ ଭୂସ୍ଖଳନ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାରାରାଜ୍ୟରେ ନଦୀ ବନ୍ଧ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ବର୍ଷା, ବନ୍ୟା ଯୋଗୁ ସାରାରାଜ୍ୟରେ ଅନେକ ସଡ଼କ, ସ୍କୁଲ ଆଦି କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେକ ବନ୍ୟାପାଣିରେ ବୁଡ଼ି ରହିଛି ।

ସେପଟେ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ରାଜସ୍ଥାନରେ ପ୍ରବଳ ବର୍ଷା ପରେ ବନ୍ୟାସ୍ଥିତି ଉପୁଜିଛି । ଜଲୋର, ସିରୋହି ଓ ବାଡମେରର ଅଧିକାଂଶ ଅଞ୍ଚଳ ଜଳମଗ୍ନ । ୪ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨ଶହ ମିମି ବର୍ଷା ରେକର୍ଡ ହୋଇଛି । ହଜାରେରୁ ଅଧିକ ଗାଁରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଏନଡିଆରଏଫ ଓ ଏସଡିଆରଏଫ୍ ଟିମ୍ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ଲଗାଣ ବର୍ଷା ଯୋଗୁ ଅଜମେରସ୍ଥିତ ଜଓ୍ବାହରଲାଲ ନେହରୁ ହସ୍ପିଟାଲରେ ପାଣି ପଶିଯାଇଛି । ରୋଗୀମାନେ ହନ୍ତସନ୍ତ ହେଉଥିବା ବେଳେ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜି ବି ବିଭନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.