ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

’ର’ ର ମୁଖ୍ୟ ହେବେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା

0

ନୂଆଦିଲ୍ଲୀ: ଭାରତର ଗୁଇନ୍ଦା ଏଜେନ୍ସି ’ର’ ର ନୂଆ ମୁଖ୍ୟ ହେବେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା । ରବି ସିହ୍ନା ହେଉଛନ୍ତି ଛତିଶଗଡ କ୍ୟାଡରର ଆଇପିଏସ୍ ଅଫିସର। କେନ୍ଦ୍ର ସରକାର ଏହି ନୂଆ ନିଯୁକ୍ତି ଦେଇଛନ୍ତି । ତେବେ ଜୁନ୍ ୩୦ ତାରିଖରେ ବର୍ତ୍ତମାନ ର’ର ମୁଖ୍ୟ ଥିବା ସାମନ୍ତ କୁମାର ଗୋୟଲଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଯାହା ପରେ ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା ଏହାର ଦାୟିତ୍ୱ ସମ୍ଭାଳିବେ ।

ସୂଚନାଯୋଗ୍ୟ, ରବି ସିହ୍ନା ବର୍ତ୍ତମାନ ସମୟରେ କ୍ୟାବିନେଟ୍ ସଚିବାଳୟର ବିଶେଷ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଉ କ୍ୟାବିନେଟ୍ ନିଯୁକ୍ତି କମିଟି ତାଙ୍କର ଏହି ନୂଆ ନିଯୁକ୍ତିକୁ ମଞ୍ଜୁରୀ ଦେଇ ଦେଇଛି। ବର୍ତ୍ତମାନ ର’ ମୁଖ୍ୟ ଥିବା ସାମନ୍ତ କୁମାର ଗୋୟଲଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ଭଲ ଥିଲା । ସେ ପଞ୍ଜାବ କ୍ୟାଡରର ଆଇପିଏସ୍ ଅଫିସର ଥିଲେ। ତାଙ୍କରି ସମୟରେ ହିଁ ବାଲାକୋଟ୍ ଏୟାରଷ୍ଟ୍ରାଇକ୍, କାଶ୍ମୀରରୁ ୩୭୦ ଉଚ୍ଛେଦ କରାଯାଇଥିଲା ।

Leave A Reply

Your email address will not be published.