ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରଥଯାତ୍ରାରେ ହୋଇପାରେ ବର୍ଷା

0

ଭୁବନେଶ୍ବର: ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ଓଡ଼ିଶା ରେ ପ୍ରବେଶ କରିବ ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ଦେଖାଯିବ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨୦ ତାରିଖରୁ ତାତି କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୨୦ ଜୁନରୁ ପରବର୍ତ୍ତୀ ୨ଦିନ ମଧ୍ୟରେ  ଦିନ  ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି । କାରଣ  ସ୍ଵାଭାବିକ ଭାବରେ ଜୁନ ୧୧ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁଥାଏ । କିନ୍ତୁ ଚଳିତ ବର୍ଷ ୧୯ ରୁ ୨୨ ତାରିଖ ମଧ୍ୟରେ ଅର୍ଥାତ୍ ବିଳମ୍ବରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ନେଇ ୨୧ ରୁ ବଢିବ ବର୍ଷାର ପରିମାଣ ।  

ତେବେ ରଥଯାତ୍ରା ସମୟରେ ପୁରୀରେ ବର୍ଷା ହେବାର ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସେ କହିଛନ୍ତି ମୈାସୁମୀ ଓଡିଶା ଆସିବା ପାଇଁ ପାଗ ଅନୁକୂଳ ରହିଛି । ରଥଯାତ୍ରାରେ ଆକାଶ ମେଘୁଆ ରହିବା ସହ ଗୁଳୁଗୁଳି କମିଯିବ । ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହେବ । ରାଜ୍ୟରେ ଗ୍ରୀଷ୍ମପ୍ରବାହ କମିଯିବ କିନ୍ତୁ ଉପକୂଳରେ ଗରମ କମିଯିବ । ଏଲନିନୋର ପ୍ରଭାବ ଓଡିଶା ଉପରେ ପଡିନଥାଏ । ତେଣୁ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ।

Leave A Reply

Your email address will not be published.