ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରାରେ ହୋଇପାରେ ବର୍ଷା

0

ଭୁବନେଶ୍ବର: ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ଓଡ଼ିଶା ରେ ପ୍ରବେଶ କରିବ ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ଦେଖାଯିବ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨୦ ତାରିଖରୁ ତାତି କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୨୦ ଜୁନରୁ ପରବର୍ତ୍ତୀ ୨ଦିନ ମଧ୍ୟରେ  ଦିନ  ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି । କାରଣ  ସ୍ଵାଭାବିକ ଭାବରେ ଜୁନ ୧୧ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁଥାଏ । କିନ୍ତୁ ଚଳିତ ବର୍ଷ ୧୯ ରୁ ୨୨ ତାରିଖ ମଧ୍ୟରେ ଅର୍ଥାତ୍ ବିଳମ୍ବରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ନେଇ ୨୧ ରୁ ବଢିବ ବର୍ଷାର ପରିମାଣ ।  

ତେବେ ରଥଯାତ୍ରା ସମୟରେ ପୁରୀରେ ବର୍ଷା ହେବାର ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସେ କହିଛନ୍ତି ମୈାସୁମୀ ଓଡିଶା ଆସିବା ପାଇଁ ପାଗ ଅନୁକୂଳ ରହିଛି । ରଥଯାତ୍ରାରେ ଆକାଶ ମେଘୁଆ ରହିବା ସହ ଗୁଳୁଗୁଳି କମିଯିବ । ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହେବ । ରାଜ୍ୟରେ ଗ୍ରୀଷ୍ମପ୍ରବାହ କମିଯିବ କିନ୍ତୁ ଉପକୂଳରେ ଗରମ କମିଯିବ । ଏଲନିନୋର ପ୍ରଭାବ ଓଡିଶା ଉପରେ ପଡିନଥାଏ । ତେଣୁ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ।

Leave A Reply

Your email address will not be published.