ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ରଥଯାତ୍ରା ସମୟରେ ପୁରୀରେ କଟିବନି ଲାଇନ୍

0

ପୁରୀ: ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ତଥା ଏହାର ତଦାରଖ ପାଇଁ ପୁରୀରେ ୫୦୦କର୍ମଚାରୀ ମୁତୟନ ହୋଇଛନ୍ତି। ଟିପିସିଓଡିଏଲ୍ କମ୍ପାନିର ସିଇଓ ଅରବିନ୍ଦ ସିଂହ ଏହି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମୟରେ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ୫ଶହ ଟିପିସିଓଡିଏଲ୍ କର୍ମଚାରୀ ଓ ବିଜନେସ୍ ଆସୋସିଏଟସଙ୍କୁ ମୁତୟନ କରାଯାଇଛି। ଉତ୍ତମ ନିରୀକ୍ଷଣ ଓ ସମନ୍ବୟ ପାଇଁ ପୁରୀ ଡିଭିଜନରେ କାମ କରିବାର ଅଭିଜ୍ଞତା ଥିବା ଟିପିସିଓଡିଏଲ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ପୁରୀ ଡିଭିଜନର ମୋଟ୍ ୩୫ଜଣ ଟିପିସିଓଡିଏଲ୍ ଅଧିକାରୀଙ୍କ ସହ ବିଜନେସ ଆସୋସିଏଟସର ୧୫ଜଣ ସୁପରଭାଇଜରଙ୍କୁ ରଥଯାତ୍ରା ସମୟରେ ନିୟୋଜିତ କରାଯାଇଛି ।

ଅରବିନ୍ଦ ସିଂହ ଆହୁରି କହିଛନ୍ତି, ୩୩ କେଭି ଭୂତଳ କେବୁଲ ଜରିଆରେ ତାଳବଣିଆ, ଶ୍ରୀରାମନଗର, କଚେରି, ବଳିଆପଣ୍ଡା, ଚାରିନଳା ଓ ଅଠରନଳାର ସବଷ୍ଟେସନକୁ ସଂଯୋଗ କରାଯାଇଛି। ଯେମିତି କିଛି ଅସୁବିଧା ନ ହୁଏ, ସେଥିପାଇଁ ୩୩ କେଭି ଓ ୧୧ କେଭିର ୧୪ଟି ସବଷ୍ଟେସନର ମରାମତି କରାଯାଇଛି। ଏହା ଦ୍ୱାରା ଶ୍ରୀମନ୍ଦିର, ବଡ଼ଦାଣ୍ଡ, ବେଳାଭୂମି ରାସ୍ତା, ସିଟି ରାସ୍ତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରିବ। ଏହା ସହିତ ବିପଦପୂର୍ଣ୍ଣ ଅଞ୍ଚଳରେ ବାଡ଼ ଦିଆଯିବା ସହିତ ଭୂତଳ କେବୁଲ ନେଟୱର୍କରେ ୨୪ ଘଣ୍ଟା ପାଟ୍ରୋଲିଂ କରାଯାଇଛି ।

ତେବେ ରଥଯାତ୍ରାବେଳେ ବିଦ୍ୟୁତ କାଟ ନ କରିବାକୁ TPCODL ଓ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପୁରୀ ସହରକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 

Leave A Reply

Your email address will not be published.