ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ଭିଜିଲାନ୍ସ ଜା‌ଲରେ ନବରଙ୍ଗପୁର ଉପଜିଲ୍ଲାପାଳ

0

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଫସିଲେ ବଡ଼ ବାବୁ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ଆଜି ଗୋଟିଏ ବ୍ୟାଙ୍କର ପାସବୁକ, ଏଟିମଏମ ଜବତ କରିଛି ଭିଜିଲାନ୍ସ । ସେହି ଆକାଉଣ୍ଟରେ ୨୦୧୯ରୁ ଏପର୍ଯ୍ୟନ୍ତ ୨୬ ଲକ୍ଷ ୨୭ ହଜାର ଟଙ୍କା ଡିପୋଜିଟ କରିଥିଲେ ପ୍ରଶାନ୍ତ ରାଉତ । ନବରଙ୍ଗପୁର ଏବଂ ଭୁବନେଶ୍ବରରେ ଚଢାଉ ବେଳେ ଜବତ ହୋଇଥିବା ଟଙ୍କାର ମୁଲ୍ୟ ୨ କୋଟି ୯୧ ଲକ୍ଷ ୯୩ ହଜାର ୮୦୦ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋରରୁ ୯ଟି ସ୍ଥାନରେ ରେଡ ହୋଇଥିଲା । ରାତି ୧୦ଟାରେ ବାହିରିଥିଲେ ୯ ଜଣିଆ ଟିମ । ଟିମରେ ଥିଲେ ୪୦ ଜଣ ଅଫିସର ।

ପୈତୃକ ବାସଭବନ ଭଦ୍ରକର ବାହୁଦରଡା ଓ ନବରଙ୍ଗପୁରର ଦୁଇଟି ସରକାରୀ ବାସବଭନରୁ ୯୦ ଲକ୍ଷ ଟଙ୍କା ମିଳିଛି । ଗୋଟିଏ ଘରୁ ୭୭ ଲକ୍ଷ ମିଳିଥିବା ବେଳେ ଆଉ ଗୋଟିଏ ଘରର ଲକରରୁ ପ୍ରାୟ ୧୩ ଲକ୍ଷ ଟଙ୍କା ମିଳିଛି । ସେଠି ବି ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ଅଧିକାରୀ । ବାବୁ ଜଣଙ୍କ ଅଭ୍ୟାସଗତ ଲାଞ୍ଚଖୋର । ଚାକିରି କଲା ଦିନରୁ ଦୁର୍ନିତିରେ ବୁଡି ରହିଛନ୍ତି

ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ବେଶ ଲମ୍ବା । ଦୀର୍ଘ ଦିନରୁ ଦୁର୍ନୀତି ଓ ଲାଞ୍ଚ କାରବାର କରୁଥିବା ଅଭିଯୋଗ ରହିଛି ପ୍ରଶାନ୍ତ ରାଉତଙ୍କ ବିରୋଧରେ । ପୂର୍ବରୁ ଏକାଧିକଥର ଭିଜିଲାନ୍ସ ଚଢଉର ସମ୍ମୁଖୀନ ବି ହୋଇଛନ୍ତି । ଏପରିକି ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ମଧ୍ୟ ହୋଇଥିଲେ ଏହି ଦୁର୍ନୀତି ଖୋର ସରକାରୀ ବାବୁ । ସୁନ୍ଦରଗଡରେ ବିଡିଓ ଥିବା ବେଳେ ଲାଞ୍ଚ ନେଇ ଗିରଫ ହୋଇଥିଲେ। ପରେ ବିଶ୍ରା ବ୍ଲକ୍ ବିଡିଓ ଥିବାବେଳେ ବି ଧରାପଡିଥିଲେ ପ୍ରଶାନ୍ତ ରାଉତ। ଜିରିପାଣି ପଞ୍ଚାୟତର ୧୧ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ନେଉଥିଲେ ଲାଞ୍ଚ। ତଥାପି ସୁଧୁରିନଥିଲେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଭିଜିଲାନ୍ସ ଏବେ ତାଙ୍କ କ୍ୟାରିୟରର ଟ୍ରାକ ରେକର୍ଡକୁ ଯାଞ୍ଚ କରୁଛି ।

Leave A Reply

Your email address will not be published.