ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭିଜିଲାନ୍ସ ଜା‌ଲରେ ନବରଙ୍ଗପୁର ଉପଜିଲ୍ଲାପାଳ

0

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଫସିଲେ ବଡ଼ ବାବୁ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ଆଜି ଗୋଟିଏ ବ୍ୟାଙ୍କର ପାସବୁକ, ଏଟିମଏମ ଜବତ କରିଛି ଭିଜିଲାନ୍ସ । ସେହି ଆକାଉଣ୍ଟରେ ୨୦୧୯ରୁ ଏପର୍ଯ୍ୟନ୍ତ ୨୬ ଲକ୍ଷ ୨୭ ହଜାର ଟଙ୍କା ଡିପୋଜିଟ କରିଥିଲେ ପ୍ରଶାନ୍ତ ରାଉତ । ନବରଙ୍ଗପୁର ଏବଂ ଭୁବନେଶ୍ବରରେ ଚଢାଉ ବେଳେ ଜବତ ହୋଇଥିବା ଟଙ୍କାର ମୁଲ୍ୟ ୨ କୋଟି ୯୧ ଲକ୍ଷ ୯୩ ହଜାର ୮୦୦ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋରରୁ ୯ଟି ସ୍ଥାନରେ ରେଡ ହୋଇଥିଲା । ରାତି ୧୦ଟାରେ ବାହିରିଥିଲେ ୯ ଜଣିଆ ଟିମ । ଟିମରେ ଥିଲେ ୪୦ ଜଣ ଅଫିସର ।

ପୈତୃକ ବାସଭବନ ଭଦ୍ରକର ବାହୁଦରଡା ଓ ନବରଙ୍ଗପୁରର ଦୁଇଟି ସରକାରୀ ବାସବଭନରୁ ୯୦ ଲକ୍ଷ ଟଙ୍କା ମିଳିଛି । ଗୋଟିଏ ଘରୁ ୭୭ ଲକ୍ଷ ମିଳିଥିବା ବେଳେ ଆଉ ଗୋଟିଏ ଘରର ଲକରରୁ ପ୍ରାୟ ୧୩ ଲକ୍ଷ ଟଙ୍କା ମିଳିଛି । ସେଠି ବି ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ଅଧିକାରୀ । ବାବୁ ଜଣଙ୍କ ଅଭ୍ୟାସଗତ ଲାଞ୍ଚଖୋର । ଚାକିରି କଲା ଦିନରୁ ଦୁର୍ନିତିରେ ବୁଡି ରହିଛନ୍ତି

ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ବେଶ ଲମ୍ବା । ଦୀର୍ଘ ଦିନରୁ ଦୁର୍ନୀତି ଓ ଲାଞ୍ଚ କାରବାର କରୁଥିବା ଅଭିଯୋଗ ରହିଛି ପ୍ରଶାନ୍ତ ରାଉତଙ୍କ ବିରୋଧରେ । ପୂର୍ବରୁ ଏକାଧିକଥର ଭିଜିଲାନ୍ସ ଚଢଉର ସମ୍ମୁଖୀନ ବି ହୋଇଛନ୍ତି । ଏପରିକି ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ମଧ୍ୟ ହୋଇଥିଲେ ଏହି ଦୁର୍ନୀତି ଖୋର ସରକାରୀ ବାବୁ । ସୁନ୍ଦରଗଡରେ ବିଡିଓ ଥିବା ବେଳେ ଲାଞ୍ଚ ନେଇ ଗିରଫ ହୋଇଥିଲେ। ପରେ ବିଶ୍ରା ବ୍ଲକ୍ ବିଡିଓ ଥିବାବେଳେ ବି ଧରାପଡିଥିଲେ ପ୍ରଶାନ୍ତ ରାଉତ। ଜିରିପାଣି ପଞ୍ଚାୟତର ୧୧ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ନେଉଥିଲେ ଲାଞ୍ଚ। ତଥାପି ସୁଧୁରିନଥିଲେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଭିଜିଲାନ୍ସ ଏବେ ତାଙ୍କ କ୍ୟାରିୟରର ଟ୍ରାକ ରେକର୍ଡକୁ ଯାଞ୍ଚ କରୁଛି ।

Leave A Reply

Your email address will not be published.