ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଏବର୍ଷର ଶେଷ ଆଡ଼ପମଣ୍ଡପ ଦର୍ଶନ କରୁଛନ୍ତି ଭକ୍ତ

0

ପୁରୀ: ଆଜି ଜନ୍ମବେଦୀରେ ଚାଲିଛି ଏବର୍ଷର ଶେଷ ଆଡ଼ପମଣ୍ଡପ ଦର୍ଶନ। ବ୍ୟାରିକେଡ ମଧ୍ୟ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ବାଟେ ପ୍ରବେଶ କରି ନାକଚଣା ଦ୍ୱାରଦେଇ ପ୍ରସ୍ଥାନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ସକାଳ ୩ଟା ୨୦ରୁ ଦ୍ୱାରଫିଟା ଓ ୪ଟାରେ ମଙ୍ଗଳ ଆଳତୀ ପରେ ଶ୍ରୀଜୀଉଙ୍କ ସନ୍ଧ୍ୟାଦର୍ଶନ କରୁଛନ୍ତି ଦର୍ଶନାର୍ଥୀ। ଆଜି ସଅଳ ନୀତି ସହ ସକାଳ ୮ଟା ବେଳକୁ ପ୍ରଥମ ଧୂପ ସରିବା ସହ ମାଧ୍ୟାହ୍ନ ୧୨ଟା୧୦ ବେଳକୁ ସରିଛି ମାଧ୍ୟାହ୍ନ ଧୂପ। 

ସକାଳ୫ଟା ପରଠାରୁ ଲକ୍ଷାଧିକ ଭକ୍ତଦର୍ଶନ କରିସାରିଥିବା ବେଳେ ସନ୍ଧ୍ୟା ୫ଟା ପରେ ବନ୍ଦ ରହିବ ଆଜିର ଦର୍ଶନ। ପରେ କୋଠ ସୁଆଁସିଆ ମାନେ ବାହୁଡ଼ା ପହଣ୍ଡି ପାଇଁ ଚାରମାଳ ବାନ୍ଧିବା କାର୍ଯ୍ୟ ଆରମ୍ଭ କରିବେ। ଏବଂ ପରେ ଅନ୍ୟାନ୍ୟ ନୀତି ବଢିବା ସହ ଶ୍ରୀମୁଖ ଖଣ୍ଡୁଆ ହୋଇ ବଡ଼ସିଂହାର ବେଶପରେ ପହୁଡ଼ ହେବେ ଶ୍ରୀଜୀଉ।

Leave A Reply

Your email address will not be published.