ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଏବର୍ଷର ଶେଷ ଆଡ଼ପମଣ୍ଡପ ଦର୍ଶନ କରୁଛନ୍ତି ଭକ୍ତ

0

ପୁରୀ: ଆଜି ଜନ୍ମବେଦୀରେ ଚାଲିଛି ଏବର୍ଷର ଶେଷ ଆଡ଼ପମଣ୍ଡପ ଦର୍ଶନ। ବ୍ୟାରିକେଡ ମଧ୍ୟ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ବାଟେ ପ୍ରବେଶ କରି ନାକଚଣା ଦ୍ୱାରଦେଇ ପ୍ରସ୍ଥାନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ସକାଳ ୩ଟା ୨୦ରୁ ଦ୍ୱାରଫିଟା ଓ ୪ଟାରେ ମଙ୍ଗଳ ଆଳତୀ ପରେ ଶ୍ରୀଜୀଉଙ୍କ ସନ୍ଧ୍ୟାଦର୍ଶନ କରୁଛନ୍ତି ଦର୍ଶନାର୍ଥୀ। ଆଜି ସଅଳ ନୀତି ସହ ସକାଳ ୮ଟା ବେଳକୁ ପ୍ରଥମ ଧୂପ ସରିବା ସହ ମାଧ୍ୟାହ୍ନ ୧୨ଟା୧୦ ବେଳକୁ ସରିଛି ମାଧ୍ୟାହ୍ନ ଧୂପ। 

ସକାଳ୫ଟା ପରଠାରୁ ଲକ୍ଷାଧିକ ଭକ୍ତଦର୍ଶନ କରିସାରିଥିବା ବେଳେ ସନ୍ଧ୍ୟା ୫ଟା ପରେ ବନ୍ଦ ରହିବ ଆଜିର ଦର୍ଶନ। ପରେ କୋଠ ସୁଆଁସିଆ ମାନେ ବାହୁଡ଼ା ପହଣ୍ଡି ପାଇଁ ଚାରମାଳ ବାନ୍ଧିବା କାର୍ଯ୍ୟ ଆରମ୍ଭ କରିବେ। ଏବଂ ପରେ ଅନ୍ୟାନ୍ୟ ନୀତି ବଢିବା ସହ ଶ୍ରୀମୁଖ ଖଣ୍ଡୁଆ ହୋଇ ବଡ଼ସିଂହାର ବେଶପରେ ପହୁଡ଼ ହେବେ ଶ୍ରୀଜୀଉ।

Leave A Reply

Your email address will not be published.