ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆସିଲା ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ: କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

0

ଭୁବନେଶ୍ବର: ଆସିଲା ଚଳିତ ବର୍ଷର ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା । ବିଜ୍ଞାନରେ ୯୧.୬୭%, ବାଣିଜ୍ୟରେ ୭୯.୨୦%, କଳାରେ ୮୦ % ସହ ରେଭେନ୍ସା ଆଗରେ ରହିଛି । ସେହିପରି ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ % । ୮୯% କଟ୍ ଅଫ୍ ସହ ତୃତୀୟ ସ୍ଥାନରେ ବିଜେବି କଲେଜ ରହିଛି । କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି ।

ସେହିପରି ୭୮ ଦଶମିକ୍ ୬୭ ପ୍ରତିଶତ କଟ୍ ଅଫ୍ ସହ କଳାରେ ଟିଟିଲାଗଡ଼ର ଡିଏଭି କଲେଜ ତୃତୀୟ ସ୍ଥାନରେ ରହିଛି । ୭୩ ପ୍ରତିଶତ କଟ୍ ଅଫ୍ ସହ ବାଣିଜ୍ୟରେ ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି । ପ୍ରଥମ କଟ୍ ଅଫ୍ ମାର୍କରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । କଳାରେ ମୋଟ ୨ ଲକ୍ଷ ୫୩ ହଜାର ୧୭୮ ଜଣ ଛାତ୍ରଛାତ୍ରୀ କଳାରେ ଚୟନ ହୋଇଛନ୍ତି । ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩ ଜଣ ଛାତ୍ରଛାତ୍ରୀ ଚୟନ ହୋଇଥିବା ବେଳେ ବାଣିଜ୍ୟରେ ୨୫ ହଜାର ୧୬୮ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନେ ପାଇଥିବା ଇଣ୍ଟିମେଶନ ଅନୁଯାୟୀ ନିଜ ନିଜ ହାଇଅର୍ ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇବେ। ୮ ରୁ ୧୪ ହେବ ସ୍ଲାଇଡ୍ ଅପ୍ ପ୍ରକ୍ରିୟା। ଏହାପରେ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ। ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା।

ତେବେ ପ୍ରଥମ ପର୍ଯ୍ୟାୟରେ ଛାତ୍ରଙ୍କ ଠାରୁୁ ଅଧିକ ଛାତ୍ରୀ ଚୟନ ହୋଇଛନ୍ତି । ୨ ଲକ୍ଷ ୩ ହଜାର ୫୪୩ ଜଣ ଛାତ୍ର ଚୟନ ହୋଇଥିବା ବେଳେ ୨ ଲକ୍ଷ ୮ ହଜାର ୭୭୮ ଛାତ୍ରୀ ଚୟନ ହୋଇଛନ୍ତି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରେସମିଟ କରି ସୂଚନା ଦିଆଯାଇଛି ।

Leave A Reply

Your email address will not be published.