ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଆସିଲା ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ: କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

0

ଭୁବନେଶ୍ବର: ଆସିଲା ଚଳିତ ବର୍ଷର ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା । ବିଜ୍ଞାନରେ ୯୧.୬୭%, ବାଣିଜ୍ୟରେ ୭୯.୨୦%, କଳାରେ ୮୦ % ସହ ରେଭେନ୍ସା ଆଗରେ ରହିଛି । ସେହିପରି ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ % । ୮୯% କଟ୍ ଅଫ୍ ସହ ତୃତୀୟ ସ୍ଥାନରେ ବିଜେବି କଲେଜ ରହିଛି । କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି ।

ସେହିପରି ୭୮ ଦଶମିକ୍ ୬୭ ପ୍ରତିଶତ କଟ୍ ଅଫ୍ ସହ କଳାରେ ଟିଟିଲାଗଡ଼ର ଡିଏଭି କଲେଜ ତୃତୀୟ ସ୍ଥାନରେ ରହିଛି । ୭୩ ପ୍ରତିଶତ କଟ୍ ଅଫ୍ ସହ ବାଣିଜ୍ୟରେ ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି । ପ୍ରଥମ କଟ୍ ଅଫ୍ ମାର୍କରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । କଳାରେ ମୋଟ ୨ ଲକ୍ଷ ୫୩ ହଜାର ୧୭୮ ଜଣ ଛାତ୍ରଛାତ୍ରୀ କଳାରେ ଚୟନ ହୋଇଛନ୍ତି । ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩ ଜଣ ଛାତ୍ରଛାତ୍ରୀ ଚୟନ ହୋଇଥିବା ବେଳେ ବାଣିଜ୍ୟରେ ୨୫ ହଜାର ୧୬୮ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନେ ପାଇଥିବା ଇଣ୍ଟିମେଶନ ଅନୁଯାୟୀ ନିଜ ନିଜ ହାଇଅର୍ ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇବେ। ୮ ରୁ ୧୪ ହେବ ସ୍ଲାଇଡ୍ ଅପ୍ ପ୍ରକ୍ରିୟା। ଏହାପରେ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ। ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା।

ତେବେ ପ୍ରଥମ ପର୍ଯ୍ୟାୟରେ ଛାତ୍ରଙ୍କ ଠାରୁୁ ଅଧିକ ଛାତ୍ରୀ ଚୟନ ହୋଇଛନ୍ତି । ୨ ଲକ୍ଷ ୩ ହଜାର ୫୪୩ ଜଣ ଛାତ୍ର ଚୟନ ହୋଇଥିବା ବେଳେ ୨ ଲକ୍ଷ ୮ ହଜାର ୭୭୮ ଛାତ୍ରୀ ଚୟନ ହୋଇଛନ୍ତି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରେସମିଟ କରି ସୂଚନା ଦିଆଯାଇଛି ।

Leave A Reply

Your email address will not be published.