ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ‘ଶ୍ରୀ ବିମଳା ରହସ୍ୟ’ ଗ୍ରନ୍ଥ ଅର୍ପଣ

0

ଭୁବନେଶ୍ୱର, ଜୁଲାଇ ୧୩: ଓଡିଶାର ଶ୍ରୀଜଗନ୍ନାଥ ସଂସ୍କୃତି ଭିତିକ ସଂଗଠନ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଟ୍ରଷ୍ଟର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ସମ୍ପାଦକ ଗବେଷକ ଡକ୍ଟର ଭାସ୍କର ମିଶ୍ର , ବଡୁ ସୁଆର ନିଯୋଗର ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱନାଥ ସାମନ୍ତରା ପ୍ରମୁଖ ‘ଶ୍ରୀ ବିମଳା ରହସ୍ୟ’ ଗ୍ରନ୍ଥ ଅର୍ପଣ କରିଛନ୍ତି । ଗ୍ରନ୍ଥଟି ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ପ୍ରକାଶ କରାଯାଇଛି ।

ବରିଷ୍ଠ ପ୍ରାବନ୍ଧିକ ପୂର୍ଣ୍ଣେନ୍ଦୁ କୁମାର ନନ୍ଦଙ୍କ ଦ୍ୱାରା ସଂଗୃହୀତ ଏହି ଗ୍ରନ୍ଥଟିରେ ପ୍ରଥମ ଥର ପାଇଁ ମା ବିମଳାଙ୍କ ବିଭିନ୍ନ ସ୍ତୁତି, ସ୍ତୋତ୍ର, ପ୍ରତିଷ୍ଠା ମାହାତ୍ମ୍ୟ, ପୂଜା ଓ ବିଗ୍ରହ ତତ୍ୱ ସ୍ଥାନୀତ ହୋଇଛି । ଦେବୀ ବିମଳାଙ୍କ ସମ୍ବନ୍ଧରେ ରଚିତ ଏହି ଉପାଦେୟ ଗ୍ରନ୍ଥଟି ଶ୍ରୀମନ୍ଦିରର ସମସ୍ତ ସୂଚନା କେନ୍ଦ୍ରମାନଙ୍କରେ ଉପଲବ୍ଧ ହେଉଅଛି ବୋଲି ଶ୍ରୀଯୁକ୍ତ ଦାସ ମହାପାତ୍ର ଜଣାଇଛନ୍ତି । ଏହି ଅବସରରେ ସୋଆ ପରିଚାଳିତ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.