ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ‘ଶ୍ରୀ ବିମଳା ରହସ୍ୟ’ ଗ୍ରନ୍ଥ ଅର୍ପଣ

0

ଭୁବନେଶ୍ୱର, ଜୁଲାଇ ୧୩: ଓଡିଶାର ଶ୍ରୀଜଗନ୍ନାଥ ସଂସ୍କୃତି ଭିତିକ ସଂଗଠନ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଟ୍ରଷ୍ଟର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ସମ୍ପାଦକ ଗବେଷକ ଡକ୍ଟର ଭାସ୍କର ମିଶ୍ର , ବଡୁ ସୁଆର ନିଯୋଗର ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱନାଥ ସାମନ୍ତରା ପ୍ରମୁଖ ‘ଶ୍ରୀ ବିମଳା ରହସ୍ୟ’ ଗ୍ରନ୍ଥ ଅର୍ପଣ କରିଛନ୍ତି । ଗ୍ରନ୍ଥଟି ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ପ୍ରକାଶ କରାଯାଇଛି ।

ବରିଷ୍ଠ ପ୍ରାବନ୍ଧିକ ପୂର୍ଣ୍ଣେନ୍ଦୁ କୁମାର ନନ୍ଦଙ୍କ ଦ୍ୱାରା ସଂଗୃହୀତ ଏହି ଗ୍ରନ୍ଥଟିରେ ପ୍ରଥମ ଥର ପାଇଁ ମା ବିମଳାଙ୍କ ବିଭିନ୍ନ ସ୍ତୁତି, ସ୍ତୋତ୍ର, ପ୍ରତିଷ୍ଠା ମାହାତ୍ମ୍ୟ, ପୂଜା ଓ ବିଗ୍ରହ ତତ୍ୱ ସ୍ଥାନୀତ ହୋଇଛି । ଦେବୀ ବିମଳାଙ୍କ ସମ୍ବନ୍ଧରେ ରଚିତ ଏହି ଉପାଦେୟ ଗ୍ରନ୍ଥଟି ଶ୍ରୀମନ୍ଦିରର ସମସ୍ତ ସୂଚନା କେନ୍ଦ୍ରମାନଙ୍କରେ ଉପଲବ୍ଧ ହେଉଅଛି ବୋଲି ଶ୍ରୀଯୁକ୍ତ ଦାସ ମହାପାତ୍ର ଜଣାଇଛନ୍ତି । ଏହି ଅବସରରେ ସୋଆ ପରିଚାଳିତ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.