ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ସଫଳତାର ସହ ଚନ୍ଦ୍ରଯାନ-୩ ଉତକ୍ଷେପଣ କଲା ଭାରତ

0

ଶ୍ରୀହରିକୋଟା: ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଚନ୍ଦ୍ରଯାନ-୩ ଉତକ୍ଷେପଣ କଲା ଭାରତ । ଦିନ ୨ଟା ୩୫ରେ ଦ୍ବିତୀୟ ଲଞ୍ଚପ୍ୟାଡରୁ GSLV-3 ହେଭି ଲିଫ୍ଟ ଲଞ୍ଚ ଭେହିକିଲରେ ଚନ୍ଦ୍ରଯାନର ସଫଳ ଲଞ୍ଚିଂ କରାଯାଇଥିବା ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ତିନିଟି ସୋପାନ ସଫଳତାର ସହ ଅତିକ୍ରମ କରିଛି ଚନ୍ଦ୍ରଯାନ-ଥ୍ରୀ । ଭୂପୃଷ୍ଠ ଛାଡ଼ିବାର ୧୬ ମିନିଟ ପରେ ଏହା କକ୍ଷପଥରେ ଅବସ୍ଥାପିତ ହୋଇଛି । ୨୩ ଅଗଷ୍ଟରେ ଚନ୍ଦ୍ରପୃଷ୍ଠରେ ଏହାର ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ସାଉଥ୍‌ ପୋଲରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । ଚନ୍ଦ୍ରଯାନ-୩ର ସଫଳ ଲଞ୍ଚିଂ ପରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରୋ ମୁଖ୍ୟ ।

ଇସ୍ରୋ ମୁଖ୍ୟ ଏସ.ସୋମନାଥ କହିଛନ୍ତି ଯେ ଚନ୍ଦ୍ରଯାନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛି । ଏହି ମିସନ ମାଧ୍ୟମରେ ଚନ୍ଦ୍ର ଉପରେ ପୃଥିବୀର ବିକିରଣର ଅଧ୍ୟୟନ କରାଯିବ । ସେହିପରି ଚନ୍ଦ୍ର ପୃଷ୍ଠର ମାଟି ଓ ଧୂଳିର ଅଧ୍ୟୟନ ବି କରାଯିବ । ଯଦି ଚନ୍ଦ୍ରଯାନ-୩ ସଫ​ଳତାର ସହ ଚନ୍ଦ୍ରରେ ଅବତରଣ କରେ, ତେବେ ଏହା କରିବାରେ ଭାରତ ଚତୁର୍ଥ ଦେଶ ହୋଇଯିବ। ଏହା ପୂର୍ବରୁ ଆମେରିକା, ରୁଷିଆ ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିସାରିଛନ୍ତି।

ଚନ୍ଦ୍ରଯାନ-୩ ମହାକାଶଯାନରେ ୩ଟି ଲ୍ୟାଣ୍ଡର/ରୋଭର ଏବଂ ପ୍ରୋପଲସନ ମଡ୍ୟୁଲ ରହିଛି । ପ୍ରାୟ ୪୦ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୩ କିମ୍ବା ୨୪ତାରିଖରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବେ । ଦୁହେଁ ୧୪ ଦିନ ଧରି ଚନ୍ଦ୍ରର କକ୍ଷପଥରେ ପରିକ୍ରମଣ କରିବା ପରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ । କିନ୍ତୁ ପ୍ରୋପଲସନ ମଡ୍ୟୁଲ ଚନ୍ଦ୍ରର ପରିକ୍ରମଣ କରି ଚନ୍ଦ୍ରକୁ ପୃଥିବୀକୁ ଆସୁଥିବା ବିକିରଣ ଉପରେ ଅଧ୍ୟୟନ କରିବ ।

Leave A Reply

Your email address will not be published.