ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ

0

ଭୁବନେଶ୍ବର:  ବିଧାୟକ ମହମ୍ମଦ ମୋକିମ୍‌ ଓ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ନିଲମ୍ବିତ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏହି ଦୁଇ ନେତାଙ୍କୁ ସସପେଣ୍ଡ କଲା ଏଆଇସିସି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତେବେ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଏହି ଦୁଇ ନେତା ଏଆଇସିସିକୁ ଦେଇଥିଲେ । କିନ୍ତୁ ଏହି ଦୁଇ ନେତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲା ଏଆଇସିସି । ତେଣୁ ଉଭୟ ନେତାଙ୍କୁ ଆଜି ଏଆଇସିସି ଶୃଙ୍ଖଳା କମିଟି କଂଗ୍ରେସରୁ ସସପେଣ୍ଡ କରିଛି ।

ଏଆଇସିସିର କାର୍ଯ୍ୟାନୁଷ୍ଠାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏଆଇସିସି ଯାହା ପଦକ୍ଷେପ ନେଇଛି, ତାହାକୁ ଆମେ ଗ୍ରହଣ କରୁଛୁ। କଂଗ୍ରେସ ଏକ ହୋଇକି ଅଛି। ସର୍ବାଦା ଏକ ହୋଇ ରହିବ। ଅନ୍ୟପକ୍ଷରେ ମହମ୍ମଦ ମୋକିମ୍ କହିଛନ୍ତି ଯେ ସେ ନିଲମ୍ବନ କଥା ସୋସିଆଲ୍ ମିଡିଆରୁ ଜାଣିଲେ। ‌ସେ କଂଗ୍ରେସରେ ରହିବେ। ଘଟଣା ସଂପର୍କରେ ଅନୁଧ୍ୟାନ ପରେ ମତାମତ ଦେବେ।

Leave A Reply

Your email address will not be published.