ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ

0

ଭୁବନେଶ୍ବର:  ବିଧାୟକ ମହମ୍ମଦ ମୋକିମ୍‌ ଓ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ନିଲମ୍ବିତ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏହି ଦୁଇ ନେତାଙ୍କୁ ସସପେଣ୍ଡ କଲା ଏଆଇସିସି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତେବେ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଏହି ଦୁଇ ନେତା ଏଆଇସିସିକୁ ଦେଇଥିଲେ । କିନ୍ତୁ ଏହି ଦୁଇ ନେତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲା ଏଆଇସିସି । ତେଣୁ ଉଭୟ ନେତାଙ୍କୁ ଆଜି ଏଆଇସିସି ଶୃଙ୍ଖଳା କମିଟି କଂଗ୍ରେସରୁ ସସପେଣ୍ଡ କରିଛି ।

ଏଆଇସିସିର କାର୍ଯ୍ୟାନୁଷ୍ଠାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏଆଇସିସି ଯାହା ପଦକ୍ଷେପ ନେଇଛି, ତାହାକୁ ଆମେ ଗ୍ରହଣ କରୁଛୁ। କଂଗ୍ରେସ ଏକ ହୋଇକି ଅଛି। ସର୍ବାଦା ଏକ ହୋଇ ରହିବ। ଅନ୍ୟପକ୍ଷରେ ମହମ୍ମଦ ମୋକିମ୍ କହିଛନ୍ତି ଯେ ସେ ନିଲମ୍ବନ କଥା ସୋସିଆଲ୍ ମିଡିଆରୁ ଜାଣିଲେ। ‌ସେ କଂଗ୍ରେସରେ ରହିବେ। ଘଟଣା ସଂପର୍କରେ ଅନୁଧ୍ୟାନ ପରେ ମତାମତ ଦେବେ।

Leave A Reply

Your email address will not be published.