ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଏନକାଉଣ୍ଟରରରେ ନିହତ ହେଲେ ୪ ଆତଙ୍କବାଦୀ

0

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ । ଗତକାଲି ରାତି ସାଢ଼େ ୧୧ଟାରେ ପୁଞ୍ଚ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଉଭୟପଟୁ ଗୁଳି ଚାଳନା ହୋଇଥିବା ବେଳେ ରାତି ତମାତ ଡ୍ରୋନ ଓ ନାଇଟ ସର୍ଭିଲାନ୍ସ ସହଯୋଗରେ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

ଆଜି ସକାଳୁ ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ନିହତ ୪ ଆତଙ୍କବାଦୀ ବିଦେଶୀ ନାଗରିକ ହୋଇଥିବା ସନ୍ଦେହ କରଯାଉଛି । ସେମାନଙ୍କ ନିକଟରୁ ୪ ଏକେ ୪୭ ରାଇଫଲ୍ସ ଜବତ ହୋଇଛି । ଏବେ ବି ପୁଞ୍ଛ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.