ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ରସୁଲପୁର ବ୍ଲକ ନିକଟରେ ଭୁଶୁଡିଲା ପୋଲ

0

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ ଛକ ନିକଟରେ ଥିବା ଏକ ପୋଲ ଭୁଶୁଡ଼ିବା ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଏନଏଚ ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଜି.ପି ବର୍ମା। ଏହାପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନିର୍ମାଣଗତ ତ୍ରୁଟି ଯୋଗୁଁ ପୋଲ ଭୁଶୁଡ଼ିଛି। ବିଶେଷଜ୍ଞ ଟିମ୍ ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଆସୁଛନ୍ତି। ଚୂଡ଼ାନ୍ତ ରିପୋର୍ଟ ପରେ ଭୁଶୁଡ଼ିବାର ପ୍ରକୃତ କାରଣ ଜଣାପଡ଼ିବ। ୨୦୦୮ରେ ବ୍ରିଜର ନିର୍ମାଣକାମ ହୋଇଥିଲା।

ସୂଚନାଯୋଗ୍ୟ, ଆଜି ଭୋର ସମୟରେ ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ ଛକ ନିକଟରେ ଥିବା ଏକ ପୋଲ ଭୁଶୁଡ଼ି ପଡ଼ିଛି। ବ୍ରିଜର ଗୋଟିଏ ସ୍ପାନ ସଂପୂର୍ଣ୍ଣ ଭୁଶୁଡ଼ି  ପଡ଼ିବାରୁ ଚେନ୍ନାଇ-କୋଲକତା ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଲାଇନରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଆଜି ଭୋରରୁ ଏହି ଅଘଟଣ ଘଟିଛି। ତେବେ ଏଥିରୁ ଅଳ୍ପକେ ବର୍ତିଛନ୍ତି ଏକାଧିକ ବସ ଓ ଟ୍ରକ। ପୋଲର କୁଆଖିଆ ଛକ ଆଡ଼କୁ ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି। ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

୭୦ ବର୍ଷର ପୁରୁଣା ପୁରୁଣା ପୋଲ ସୁଦୃଢ଼ ଥିବା ବେଳେ ମାତ୍ର ୧୫ ବର୍ଷ ପୁରୁଣା ପୋଲ ଭୁଶୁଡ଼ି ଯାଇଥିବା ହେତୁ ସ୍ଥାନୀୟ ଲୋକମାନେ ଠିକାଦାରକୁ ଦାୟୀ କରିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ପାଇ କୁଆଖିଆ ପୁଲିସ ରାସ୍ତାକୁ ସିଲ୍ କରିଥିବା ବେଳେ ଜମା ହୋଇଥିବା ଲୋକମାନଙ୍କୁ ନିୟନ୍ତ୍ରଣ କରୁଛି।

Leave A Reply

Your email address will not be published.