ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଲା କଟକଣା

0

ସମ୍ୱଲପୁର: ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରାକୁ ନେଇ ଗୋଟିଏ ବର୍ଷ ପାଇଁ ବଳବତ୍ତର ରହିବ କଣାକଣା । ମହରମ ପାଇଁ ଆଜି ଡିଆରଡିଏଙ୍କ ସମ୍ମିଳନୀ କକ୍ଷରେ ବସିଥିବା ଶାନ୍ତି କମିଟି ବୈଠକରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ସମ୍ବଲପୁରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମହରମ, ହନୁମାନ ଜୟନ୍ତୀଙ୍କୁ ନଜରରେ ରଖି ପଦକ୍ଷେପ ନିଆଯାଇଛି ।

ପ୍ରତି ବର୍ଷ ମହରମ ଶୋଭାଯାତ୍ରା ବିଭିନ୍ନ ଅଞ୍ଚଳରୁ ଆସି ଗୋଲବଜାରରେ ସାମିଲ ହେଉଥିଲେ । ଚଳିତ ବର୍ଷ କିନ୍ତୁ ଶୋଭାଯାତ୍ରା ଆଉ ବାହାରିବ ନାହିଁ । ଯେଉଁ ଅଞ୍ଚଳର ଶୋଭାଯାତ୍ରା ସେହି ଅଞ୍ଚଳରେ ଆୟୋଜନ ହେବ । କିନ୍ତୁ ଶୋଭାଯାତ୍ରା ଆୟୋଜନ ପୂର୍ବରୁ ନିଜ ଅଞ୍ଚଳର ଥାନା ଠାରୁ ଅନୁମତି ନେବାକୁ ପଡିବ ବୋଲି ଏସପି କହିଛନ୍ତି ।

Leave A Reply

Your email address will not be published.