ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସୋଆ ଦେଲା ଖଣ୍ଡଗିରି ଥାନାକୁ ଏକ ବୋଲେରୋ ନିଓ ଗାଡ଼ି

0
  • ଆଇନ୍ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସକୁ ସୋଆର ସହଯୋଗ
  • ଖଣ୍ଡଗିରି ଥାନାକୁ ବୋଲେରୋ ପ୍ରଦାନ

ଭୁବନେଶ୍ୱର: ଆଇନ୍ ଶୃଙ୍ଖଳା ପରିସ୍ଥିତି ତଥା ଅପରାଧ ନିୟନ୍ତ୍ରଣ ନିମନ୍ତେ କମିଶନରେଟ ପୋଲିସ୍ ପ୍ରତି ସହଯୋଗର ହାତ ବଢ଼ାଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ । ଏଥି ପାଇଁ ସୋଆ ପକ୍ଷରୁ ଖଣ୍ଡଗିରି ଥାନା ପୋଲିସ୍‌କୁ ଏକ ବୋଲେରୋ ନିଓ ଗାଡ଼ି ପ୍ରଦାନ କରାଯାଇଛି । ପୋଲିସ୍ କମିଶନରଙ୍କ କାର୍ଯ୍ୟାଳୟରେ ଏହି ଗାଡ଼ିଟିକୁ ଗୁରୁବାର ଦିନ ହସ୍ତାନ୍ତରକରାଯାଇଛି ।

ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଓଏସ୍‌ଡି ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ପଟ୍ଟନାୟକ ପୋଲିସ କମିଶନର ଶ୍ରୀ ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏହି ଗାଡ଼ିର ଚାବି ପ୍ରଦାନ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ ଓ ଖଣ୍ଡଗିରି ଥାନା ଆଇଆଇସି ଶ୍ରୀ ଦୟାନିଧି ନାୟକ ଉପସ୍ଥିତ ଥିଲେ ।

ପୂର୍ବରୁ ସୋଆ ପକ୍ଷରୁ ଭରତପୁର ଓ ପାହାଳ ଥାନାକୁ ମଧ୍ୟ ଦୁଇଟି ବୋଲେରୋ ପ୍ରଦାନ କରାଯାଇଥିଲା । ସୋଆର ଏହି କାର୍ଯ୍ୟକୁ ପୋଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ ଉଚ୍ଚ ପ୍ରଶଂସା କରିବା ସହ କମିଶନରେଟ୍ ପୋଲିସ୍ ପ୍ରତି ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଏହି ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି । ଏହା ଅନ୍ୟ ଅନୁଷ୍ଠାନଗୁଡ଼ିକ ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.