ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ

ରାଜ୍ୟ କ୍ୟାବିନେଟ୍ ରେ ୧୭ ପ୍ରସ୍ତାବ ଉପରେ ବାଜିଲା ମୋହର

0

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମିସନ ଶକ୍ତି, କୃଷି, ସ୍ୱାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ବିଭିନ୍ନ ବିଭାଗର ‌ମୋଟ୍‌ ୧୭ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ‘ମିସନ ଶକ୍ତି ସ୍କୁଟର ଯୋଜନା’ ମଧ୍ୟ ସାମିଲ ରହିଛି।ସେହପରି କର୍କଟ ବିରୋଧରେ ରାଜ୍ୟ ସରକାର ଆରମ୍ଭ କଲେ ନୂଆ ଯୋଜନା । ରାଜ୍ୟର ୧୧ଟି ଜିଲ୍ଲା ହସ୍ପିଟାଲରେ ଆସନ୍ତା ୨ବର୍ଷ ମଧ୍ୟରେ ଉନ୍ନତମାନର କ୍ୟାନସର ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଏଥିପାଇଁ ୧୦୦୧.୧୪କୋଟି ଟଙ୍କା ଖର୍ଚ୍ଚ କରାଯିବ । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ପର୍କରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ପ୍ରେସ୍ ରିଲିଜ୍ ଅନୁସାରେ ରାଜ୍ୟରେ ଉନ୍ନତମାନର କ୍ୟାନସର ଚିିକିତ୍ସା ସୁବିଧା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ମୋଟ ୧୦୦୧.୧୪କୋଟି ଟଙ୍କାର ବ୍ୟୟବରାଦକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏଥିରେ ଆସନ୍ତା ୨ବର୍ଷ ମଧ୍ୟରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲାର ଭିମସାର,କୋରାପୁଟସ୍ଥିତ ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲ-କୋରାପୁଟ, ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗିରର ବିବି ମେଡିକାଲ କଲେଜ ଓ ହସ୍ପିଟାଲ, ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ, କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱରର ଏଫଏମ ମେଡିକାଲ କଲେଜ ଓ ହସ୍ପିଟାଲ, ତାଳଚେର ସରକାରୀ ମେଡିକାଲ କଲେଜ ସମେତ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏହି କମ୍ପ୍ରେନସିଭ୍ କ୍ୟାନସର କେୟାର ୟୁନିଟ୍ ସ୍ଥାପନ କରାଯିବ । ଏଠାରେ ଉନ୍ନତମାନର କ୍ୟାନସର ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଯାହାଫଳରେ ରାଜ୍ୟର ଲୋକମାନଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ଏହା ନିଶ୍ଚିତ ଭାବେ କ୍ୟାନସର ପୀଡ଼ିତ ଲୋକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ନିଜସ୍ୱ ଖର୍ଚ୍ଚ ହ୍ରାସ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏସବୁ ମେଡିକାଲରେ ରେଡିଓଥେରାପି, ବ୍ରାକିଥେରାପି, ହିଷ୍ଟୋପାଥୋଲେଜି, କର୍କଟ ଶଲ୍ୟ ଚିକିତ୍ସା, କେମୋଥେରାପି ଓ ପାଲିଏଟିଭ୍ କେୟାର ସେବାକୁ ସୁବ୍ୟବସ୍ଥିତ କରାଯିବ । ପ୍ରତ୍ୟେକ ଅନୁଷ୍ଠାନରେ ଅପରେସନ୍ ଥିଏଟର, ଆଇସିୟୁ, କେମୋଥେରାପି, ରେଡିଓଥେରାପି ଓ ପାଲିଏଟିଭ୍ କେୟାର ୟୁନିଟ୍ ସମେତ ୫୦ରୁ ୧୦୦ବେଡ ସୁବିଧା କରାଯିବ । ଆବଶ୍ୟକ ପଡ଼ିଲେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ରାଜ୍ୟ ସରକାରଙ୍କ ଅଧୀନରେ ନିୟମିତ କ୍ୟାଡ଼ର ସ୍ପେଶାଲିଷ୍ଟ, ସୁପର ସ୍ପେଶାଲିଷ୍ଟ ଓ ବୈଷୟିକ କର୍ମଚାରୀଙ୍କ ପଦବୀ ସୃଷ୍ଟି କରାଯାଇ ଏହି ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହା ବ୍ୟତୀତ, ବଜେଟ ଘୋଷଣା ଅନୁସାରେ ମିଶନ ଶକ୍ତି ସ୍କୁଟର ଯୋଜନାକୁ କାର୍ଯ୍ୟକାରୀ କରି ୫ବର୍ଷରେ ୫୨୮.୫୫କୋଟି ଟଙ୍କା ବ୍ୟୟରେ ୨ଲକ୍ଷ କମ୍ୟୁନିିଟି ସର୍ପୋଟ ଷ୍ଟାଫ ଓ ଏସଏଚଜି ମହାସଂଘ କାର୍ଯ୍ୟନିର୍ବାହୀ ସଦସ୍ୟାମାନଙ୍କୁ ସ୍କୁଟି କିଣିବା ପାଇଁ ସୁଧ ରିହାତି ଦେବା , ମାର୍କଫେଡ୍ ପାଇଁ ୫ବର୍ଷ ନିମନ୍ତେ ୫୦୦କୋଟି ଟଙ୍କାର ସହାୟତା ପାଣ୍ଠି, ଚାଷୀ ମାନଙ୍କ ଆର୍ଥିକ ବିକାଶ ପାଇଁ ସରକାର ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ କରିଛନ୍ତି । ଚଳିତ ଆର୍ଥିକ ବର୍ଷରୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ । ସେହିପରି ଓଡ଼ିଶା ରାଜ୍ୟ ସମବାୟ ବିପ୍ପଣନ ସଂଘ ପାଇଁ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରିଛନ୍ତି ସରକାର ।

ଏହାଛଡା ବନ ସୁରକ୍ଷା ସମିତି କୋଠା ନିର୍ମାଣ ପାଇଁ ସରକାରଙ୍କ ମଧ୍ୟ ନୂଆ ଯୋଜନା ରହିଛି । ପ୍ରତି ଜିଲ୍ଲାରେ କୋଠା ନିର୍ମାଣ କାମ ତ୍ବରାନ୍ବିତ । ସରକାରୀ ଉଦ୍ୟୋଗ, କମ୍ପାନୀ, ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବାକି ପଡିଥିବା ଜଳକର ଏଣିକି ଏକକ ଭାବେ ପରିଶୋଧ କରିହେବ । ଏଥିପାଇଁ ଜଳସଂପଦ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ରାଜ୍ୟରେ ସେମିକଣ୍ଡକ୍ଚର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ଆସିଲା ନୂଆ ନୀତି । ଯେଉଁମାନେ ଏହି କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ଦିଆଯିବ ପ୍ରୋତ୍ସାହନ ।

Leave A Reply

Your email address will not be published.