ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0

ଭୁବନେଶ୍ୱର: ଆଜି ବିଜେଡି କାର୍ଯ୍ୟାଳୟ ତଥା ଶଙ୍ଖ ଭବନରେ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ମହିଳା ସଶକ୍ତିକରଣ ବିନା କୌଣସି ରାଜ୍ୟ କି ସମାଜ ବା ଦେଶ ଆଗକୁ ବଢିପାରିବ ନାହିଁ । ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର । ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏପରି କହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟ ଓଡିଶାରେ ମାଆମାନେ ସଶକ୍ତ ହୋଇଛନ୍ତି । ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ରହିଛି । ସେମାନେ ଏବେ ଓଡ଼ିଶାର ବିକାଶରେ ସମାନ ସହଯୋଗୀ ଓ ଭାଗୀଦାର । ମାଆମାନେ ଏବେ ଗାଁ ଗାଁ ରେ ନେତୃତ୍ବ ନେଇଛନ୍ତି । ପଞ୍ଚାୟତରେ ବିକାଶ କଥା ବୁଝୁଛନ୍ତି। ମିଶନ ଶକ୍ତି ମାଆମାନଙ୍କର ଶକ୍ତିକେନ୍ଦ୍ର ହୋଇପାରିଛି । ଧାନ ସଂଗ୍ରହ ହେଉ ବା ସହରରେ ଆହାର କେନ୍ଦ୍ର ପରିଚାଳନା ବା ବିଦ୍ୟୁତ୍ ମିଟର ରିଡିଂ, ଜଳସାଥୀ ବା 5Tରେ ରୂପାନ୍ତରିତ ସ୍କୁଲଗୁଡ଼ିକର ତଦାରଖ କରିବା ପରି ଦାୟିତ୍ବ ନେଉଛନ୍ତି ମାଆ । ଗାଁ ପୋଖରୀରେ ମାଛଚାଷ କରୁଛନ୍ତି । ମିଶନ ଶକ୍ତି କାଫେ ଏବେ ସାରା ରାଜ୍ୟରେ ନ୍ୟୁଟ୍ରିସନର ବାର୍ତ୍ତା ଦେଉଛି । ମାଆମାନଙ୍କୁ ଗତ ବର୍ଷ ୧୧ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି।ଏଥିସହିତ ପଢ଼ନ୍ତୁ

ଏବେ ମାଆମାନଙ୍କ ସୁବିଧା ପାଇଁ ଆମ ସ୍କୁଟର ଯୋଜନା ଆରମ୍ଭ ହେବ । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ବିନା ସୁଧରେ। ମିଶନଶକ୍ତିକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ କାମ ଆରମ୍ଭ ହୋଇଛି । ମାଆମାନଙ୍କୁ ଉଦ୍ୟୋଗୀ କରିବାକୁ କାମ ଆରମ୍ଭ ହୋଇଛି ବୋଲି ବିଜୁ ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.