ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ‘ଗାଜରଘାସ ସଚେତନତା ସପ୍ତାହ’ ପାଳିତ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ (ଆଇଏଏସ୍‌) ଏବଂ ସୋଆ ପରିଚାଳିତ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ର ମିଳିତ ସହଯୋଗରେ ଗତ ମଙ୍ଗଳବାର ଦିନ ଗାଜର ଘାସ ସଚେତନତା ସପ୍ତାହ ପାଳିତ କରାଯାଇଛି ।
ଏହି ସଚେତନତା ସପ୍ତାହ ଉପଲକ୍ଷେ ଭୋଳା ଗ୍ରାମରେ ଥିବା ରୋଟାରୀ କ୍ଲବ୍‌ର ସଭାପତି ଶ୍ରୀ ଭାଗ୍ୟଧର ଦାସଙ୍କ ସହାୟତାରେ ଗାଜର ଘାସ ସଚେତନତା ଉପରେ ଏକ ରାଲି ଏବଂ ସଚେତନତା ସଭା ଆୟୋଜିତ ହୋଇଥିଲା । ଏହି ରାଲିରେ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକମାନେ ମଧ୍ୟ ଯୋଗ ଦେଇ ଗ୍ରାମବାସୀ ମାନଙ୍କୁ ଗାଜର ଘାସ ର ଭୟାବହତା ସଂପର୍କରେ ଅବଗତ କରାଇଥିଲେ ।

ଏହି ସଚେତନତା ସଭାରେ ପ୍ରୋଗ୍ରାମର ସଂଯୋଜକ ପ୍ରଫେସର ସନ୍ତୋଷ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ , ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ବୈଷୟିକ ଜ୍ଞାନ କୌଶଳ କିପରି ଭାବରେ ବୃଦ୍ଧି ପାଇବ ସେଇ ବିଷୟରେ ବକ୍ତବ୍ୟ ରଖିଥିଲେ । କୃଷି ମହାବିଦ୍ୟାଳୟର ଡିିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଏନ୍‌ଏସଏସ୍ ସଂଯୋଜକ ପ୍ରଫେସର ନଚିକେତା କେ ଶର୍ମା, ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବତ୍ର ପଟ୍ଟନାୟକ , ଡକ୍ଟର ରାମପ୍ରସାଦ ନନ୍ଦି, ଡକ୍ଟର ରାକେଶ ରୋଶନ ଶତପଥି, ଶ୍ରୀ ହଂସରାଜ ପ୍ରଧାନ ଏବଂ ସୁଶ୍ରୀ ମୋନାଲିସା ପଣ୍ଡା ଯୋଗଦେଇଥିଲେ ।

ପ୍ରଫେସର ସନ୍ତୋଷ କୁମାର ରାଉତ ,ପ୍ରଫେସର ନଚିକେତା ଶର୍ମା ଏବଂ ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବତ୍ର ପଟ୍ଟନାୟକ ଗାଜର ଘାସ ନିରାକରଣ ନିମନ୍ତେ ଗ୍ରାମବାସୀଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ପ୍ରଫେସର ବାସୁଦେବ ବେହେରା ଏବଂ ଡକ୍ଟର ଶୁଭପ୍ରଦ ଦାଶ ଗାଜର ଘାସ ର ଭୟାବହତା ଏବଂ ନିରାକରଣ ବିସ୍ତୃତ ବିବରଣୀ ଦେଇଥିଲେ । ସହକାରୀ ଅଧ୍ୟାପକ ଜଗଦୀଶ ଜେନା କାର୍ଯ୍ୟକ୍ରର୍ମରେ ଅଂଶ ଗ୍ରହଣ କରିଥିବା ଅତିଥି , ପ୍ରଫେସର , ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ଗାଜର ଘାସ ସଚେତନତା ସପ୍ତାହ ‘ ପାର୍ଥେନିୟମ୍ ସଚେତନତା ସପ୍ତାହ’ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହାର ଜିଜ୍ଞାସା ଏବଂ ସଚେତନତା ଆଣିବା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୪ ସ୍ଥିତ କୃଷି ମହାବିଦ୍ୟାଳୟରେ “ ଗାଜର ଘାସ ଏବଂ ଏହାର ନିରାକରଣ” ବିଷୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା ।ଏହି ପ୍ରତିଯୋଗିତାକୁ କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଓ ଅଧ୍ୟାପିକା ଡକ୍ଟର ସ୍ତୁତି ଦେବପ୍ରିୟା ବେହେରା, ସୁଶ୍ରୀ ଶ୍ୱେତା ରଥ, ଶ୍ରୀ ଜିତେନ୍ଦ୍ର କୁମାର ନାୟକ , ଶ୍ରୀ କୁମାର ସମ୍ଭବ ଗିରୀ , ସ୍ୱାଗତ ଶୁଭଦର୍ଶୀ ଏବଂ ଅଙ୍କିତା ପ୍ରିୟଦର୍ଶୀ ପରିଚାଳନା କରିଥିଲେ ।

ପୁରସ୍କାର ବିତରଣ ସମାରୋହରେ ଅନୁଷ୍ଠାନର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ସମେତ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ କୁମାର ମହାନ୍ତି ସଂଯୋଜକ କରିଥିବାବେଳେ ଡକ୍ଟର ଶୁଭପ୍ରଦ ଦାଶ ଏବଂ ଡକ୍ଟର ଜଗଦୀଶ ଜେନା ସହ ସଂଯୋଜକ କରି ପରିଚାଳନା କରିଥିଲେ ।

Leave A Reply

Your email address will not be published.