ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଜି ମହାପ୍ରଭୁଙ୍କ ବଳି ବାମନ ବେଶ

0

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳି ବାମନ ବେଶ ଅନୁଷ୍ଠିତ ହେବ। ବାମନ ବେଶରେ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବାକୁ ଥିବା ବେଳେ ବଡ଼ଭାଇ ଶ୍ରୀବଳଭଦ୍ର ବଳି ରାଜ ବେଶ ଧାରଣ କରିବା ସହ ଦେବୀ ସୁଭଦ୍ରା ରାଜା ବଳିଙ୍କ ପତ୍ନୀ ବିନ୍ଧ୍ୟା ବଳି ବେଶରେ ସଜ୍ଜିତ ହେବେ। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦ୍ବିପ୍ରହର ଧୂପ ବଢିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ। ଏହି ବେଶ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି

ବଡ଼ସିଂହାର ବେଶ ପର୍ଯ୍ୟନ୍ତ ଏହି ବେଶ ରହିବାକୁ ଥିବା ବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ । ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜାଙ୍କୁ ପାତାଳରେ ଚାପି ଦେଇଥିଲେ। ମହାପ୍ରଭୁଙ୍କ ଦଶ ଅବତାର ମଧ୍ୟରୁ ପଞ୍ଚମ ଅବତାର ହେଉଛି ବାମନ ଅବତାର । ଏହି ବେଶ ରମଣିୟ ହୋଇଥିବା ବେଳେ ପୁଷ୍ପାଳକ ଓ ସିଂହାରୀ ସେବକ ମହାପ୍ରଭୁଙ୍କୁ ଏହି ବେଶରେ ବିଭୂଷିତ କରିବେ।

Leave A Reply

Your email address will not be published.