ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

କାରିକୋ ଓ ଓ୍ବେସମ୍ୟାନଙ୍କୁ ମିଳିବ ନୋବେଲ ପୁରସ୍କାର

0

ବ୍ୟୁରୋ ନ୍ୟୁଜ୍: ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ମେଡିସିନ ପାଇଁ କ୍ୟାଟଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ମିଳିବ । କୋଭିଡ-୧୯ ଭାଇରସର ଭାକ୍ସିନ ବିକାଶରେ ଏହି ଦୁଇ ବୈଜ୍ଞାନିକଙ୍କ ଗବେଷଣା ଫଳପ୍ରଦ ହୋଇଥିବାରୁ ସେମାନଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ମାନବ ଜାତି ପ୍ରତି ପଡିଥିବା ବିପଦଗୁଡିକର ମୁକାବିଲା ଲାଗି ସେମାନେ ଟିକା ଅଭିବୃଦ୍ଧି ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ଗବେଷଣା କୋଭିଡ ମହାମାରୀ ବିରୋଧରେ ଏକ ଦୃଢ଼ ପଦକ୍ଷେପ ସାବ୍ୟସ୍ତ ହୋଇଥିଲା । ହଙ୍ଗେରୀରେ ଜନ୍ମିତ କାରିକୋ ଓ ଓ୍ବେସମ୍ୟାନ ଆମେରିକାରେ ବସବାସ କରୁଥିବାବେଳେ ୨୦୨୦ ଶେଷ ଭାଗରେ ସେମାନେ ଏମଆରଏନଏଭିତ୍ତିକ କୋଭିଡ ଟିକା ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଟିକା କୋଭିଡ ମହାମାରୀ କାଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲା ।

Leave A Reply

Your email address will not be published.