ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଦୀପାବଳି ବୋନସ

0

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କଙ୍କୁ ମିଳିବ ଦୀପାବଳି ବୋନସ। ଘୋଷଣା କରିଛନ୍ତି ମୋଦି ସରକାର। ଗ୍ରୁପ ବି ଏବଂ ଗ୍ରୁପ ସି ବର୍ଗର କର୍ମଚାରୀଙ୍କୁ ମିଳିବ ଲାଭ। ଦିପାବଳୀ ପୂର୍ବରୁ ସରକାର ମଙ୍ଗଳବାର ଦିନ ବୋନସ ଘୋଷଣା କରିଛନ୍ତି। ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ ପାଖାପାଖି ୩୦ ଦିନର ବେତନ ସହିତ ସମାନ ଟଙ୍କା ପାଇବେ। ଅଣ-ଗେଜେଟେଡ୍ କର୍ମଚାରୀ କେନ୍ଦ୍ର ସରକାରଙ୍କ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ଅଧୀନରେ ଥିବା, ଯେଉଁମାନେ କୌଣସି ବୋନସ୍ ସ୍କିମ୍ ଅଧୀନରେ ନାହାଁନ୍ତି, ସେମାନଙ୍କୁ  ଏହି ବୋନସ୍ ମିଳିବ।

ସୂଚନା ଅନୁସାରେ, ଏହି ବୋନସ ସେହି କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦିଆଯିବ ଯେଉଁମାନେ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ସେବା କରିଆସୁଛନ୍ତି ଏବଂ ୨୦୨୨-୨୩ ବର୍ଷ ମଧ୍ୟରେ ଅତି କମରେ ୬ ମାସ କାମ କରିଛନ୍ତି। ତେବେ ଆସନ୍ତା ନଭେମ୍ବର ୧୨ ରେ ପଡୁଛି ଦିପାବଳୀ। ଏହାପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କୁ ମିଳିଛି ଖୁସି ଖବର। ।

Leave A Reply

Your email address will not be published.