ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆବର୍ଷ ପୂର୍ବରୁ କାର୍ଯ୍ଯକରିବ ନୂଆ ଟର୍ମିନାଲ

0

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜତୀୟ ବିମାନ ବନ୍ଦର ପାଇଛି ନୂଆ ରୂପ। ନୂଆବର୍ଷ ପୂର୍ବରୁ କାର୍ଯ୍ଯକରିବ ନୂଆ ଟର୍ମିନାଲ ଲିଙ୍କ ବିଲଡିଂ । ସିକ୍ୟୁରିଟି କ୍ଲିୟରାନ୍ସ ପାଇଁ ଆବେଦନ କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । କ୍ଲିୟରାନ୍ସ ମିଳିବା ପରେ ପ୍ରସ୍ତୁତ ହେବ ଏସଓପି । ସମସ୍ତ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ କାମ କରିବ ଟର୍ମିନାଲ ।

ସିଆଇଏସଏଫ, କଷ୍ଟମ, ଏୟାରଲାଇନ୍ସ, ଇମିଗ୍ରେସନ ସହ କରାଯିବ ବୈଠକ । ବର୍ତ୍ତମାନ ବିମାନ ବନ୍ଦର ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ ଶେଷ ହୋଇଛି । ଖୁବଶୀଘ୍ର ସୁରଟ, ଡେରାଡୁନ, ଚଣ୍ଡିଗଡ, ଜମ୍ମୁକୁ ଉଡିବ ନୂଆ ବିମାନ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସୁରଟ ପାଇଁ ସ୍ଲଟ ଦେବାକୁ ଏୟାରଲାଇନ୍ସକୁ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୨୧ଟି ସହରକୁ ଭୁବନେଶ୍ବର ବିମାନ ବନ୍ଦର ସଂଯୋଗ କରିଛି ବୋଲି ସୂଚନା ଦେଇଛନ୍ତି ମିନା ବନ୍ଦର କର୍ତ୍ତୃପକ୍ଷ ।

Leave A Reply

Your email address will not be published.