ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ହୁତୁହୁତୁ ହୋଇ ଜଳି ଉଠିଲା ଔଷଧ ଫ୍ୟାକ୍ଟ୍ରି

0

ମହାରାଷ୍ଟ୍ର: ହୁତୁହୁତୁ ହୋଇ ଜଳି ଉଠିଲା ଔଷଧ ଫ୍ୟାକ୍ଟ୍ରି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା ଏକ ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ ହୋଇଛି। ଫଳରେ ସେଠାରେ ନିଆଁ ଲାଗିଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ମହାଡାର ଏମ୍‌ଆଇସିଡିରେ ଅବସ୍ଥିତି ବ୍ଲୁ ଜେଟ୍‌ ହେଲ୍‌ଥ କେୟାର୍‌ କମ୍ପାନୀରେ ଶୁକ୍ରବାର ସକାଳେ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୪ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ପୁଲିସ ସୂଚନା ମୁତାବକ, ନିଆଁ ଲାଗିବା ସମୟରେ କାରଖାନା ଭିତରେ ୫୭ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୪୬ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କହିବାନୁସାରେ ୭ଜଣଙ୍କ ମୃତଦେହ ଠାବ କରାଯାଇଛି। ଆହୁରି ୪ଜଣ ନିଖୋଜ ଅଛନ୍ତି। ଏମାନେ ସମସ୍ତେ କାରଖାନାର ଶ୍ରମିକ ବୋଲି ସନ୍ଦେହ କରାଯାଉଛି। ନିଆଁରେ ଜଳିଯିବା ଯୋଗୁ ଅନେକ ଲୋକଙ୍କ ମୃତଦେହ ଚିହ୍ନିବା ମୁସକିଲ ହୋଇପଡିଛି। ବିଳମ୍ବିତ ରାତିରେ ନିଆଁ ଲିଭା ଯାଇଥିଲେ ବି ଆଜି ସକାଳେ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇଛି। ବିସ୍ଫୋରଣ ପରେ ଔଷଧ କାରଖାନା ପରିସରରେ ରଖାଯାଇଥିବା ରସାୟନ ପଦାର୍ଥରେ ଭର୍ତ୍ତି ବ୍ୟାରେଲ ଗୁଡିକ ଫାଟି ଯାଇଥିଲା। ଫଳରେ ଭୟଙ୍କର ରୂପେ ଫ୍ୟାକ୍ଟ୍ରି ଭିତରେ ନିଆଁ ଲାଗିଥିଲା। ବିସ୍ଫୋରଣ ସମୟରେ ଅଧିକାଂଶ ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଥିଲେ ବୋଲି ପୁଲିସ କହିଛି।

ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତଦନ୍ତ ପରେ କେଉଁ କାରଣ ଯୋଗୁ କାରଖାନା ଭିତରେ ବିସ୍ଫୋରଣ ହେଲା ତାହା ଜଣାପଡିବ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Leave A Reply

Your email address will not be published.