ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ହୁତୁହୁତୁ ହୋଇ ଜଳି ଉଠିଲା ଔଷଧ ଫ୍ୟାକ୍ଟ୍ରି

0

ମହାରାଷ୍ଟ୍ର: ହୁତୁହୁତୁ ହୋଇ ଜଳି ଉଠିଲା ଔଷଧ ଫ୍ୟାକ୍ଟ୍ରି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା ଏକ ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ ହୋଇଛି। ଫଳରେ ସେଠାରେ ନିଆଁ ଲାଗିଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ମହାଡାର ଏମ୍‌ଆଇସିଡିରେ ଅବସ୍ଥିତି ବ୍ଲୁ ଜେଟ୍‌ ହେଲ୍‌ଥ କେୟାର୍‌ କମ୍ପାନୀରେ ଶୁକ୍ରବାର ସକାଳେ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୪ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ପୁଲିସ ସୂଚନା ମୁତାବକ, ନିଆଁ ଲାଗିବା ସମୟରେ କାରଖାନା ଭିତରେ ୫୭ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୪୬ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କହିବାନୁସାରେ ୭ଜଣଙ୍କ ମୃତଦେହ ଠାବ କରାଯାଇଛି। ଆହୁରି ୪ଜଣ ନିଖୋଜ ଅଛନ୍ତି। ଏମାନେ ସମସ୍ତେ କାରଖାନାର ଶ୍ରମିକ ବୋଲି ସନ୍ଦେହ କରାଯାଉଛି। ନିଆଁରେ ଜଳିଯିବା ଯୋଗୁ ଅନେକ ଲୋକଙ୍କ ମୃତଦେହ ଚିହ୍ନିବା ମୁସକିଲ ହୋଇପଡିଛି। ବିଳମ୍ବିତ ରାତିରେ ନିଆଁ ଲିଭା ଯାଇଥିଲେ ବି ଆଜି ସକାଳେ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇଛି। ବିସ୍ଫୋରଣ ପରେ ଔଷଧ କାରଖାନା ପରିସରରେ ରଖାଯାଇଥିବା ରସାୟନ ପଦାର୍ଥରେ ଭର୍ତ୍ତି ବ୍ୟାରେଲ ଗୁଡିକ ଫାଟି ଯାଇଥିଲା। ଫଳରେ ଭୟଙ୍କର ରୂପେ ଫ୍ୟାକ୍ଟ୍ରି ଭିତରେ ନିଆଁ ଲାଗିଥିଲା। ବିସ୍ଫୋରଣ ସମୟରେ ଅଧିକାଂଶ ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଥିଲେ ବୋଲି ପୁଲିସ କହିଛି।

ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତଦନ୍ତ ପରେ କେଉଁ କାରଣ ଯୋଗୁ କାରଖାନା ଭିତରେ ବିସ୍ଫୋରଣ ହେଲା ତାହା ଜଣାପଡିବ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Leave A Reply

Your email address will not be published.