ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ମେମୁ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ

0

ଝାରସୁଗୁଡା: ପୁଣି ଟ୍ରେନ୍ ଲାଇନଚ୍ୟୁତ। ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ବେଳେ ମେମୁ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ଟି ସରଲା ନିକଟରେ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ମଇଁଷିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିବା ଅନୁମାନ କରାଯାଉଛି। ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି।

ନିର୍ଦ୍ଧାରିତ ସମୟ ଅନୁସାରେ ଝାରସୁଗୁଡ଼ାରୁ ଛାଡ଼ିଲା ମେମୁ ପାସେଞ୍ଜର ଟ୍ରେନ୍। ସରଲା ନିକଟରେ ଗୋଟିଏ ମଇଁଷି ଟ୍ରାକ୍‌ ଅତିକ୍ରମ କରୁଥିଲା। ସେହି ସମୟରେ ମେମୋ ଟ୍ରେନ୍‌ଟି ମଇଁଷିକୁ ଧକ୍କା ଦେଇଥିଲା। ଯାହାଫଳରେ ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଛି। ବଗିରେ ଥିବା ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ଦୁର୍ଘଟଣା ହୋଇଥିବା ବଗିକୁ ପ୍ରଥମ ଅଲଗା କରାଯାଇଥିଲା। ତା’ପରେ ଟ୍ରେନ୍‌ଟି ସମ୍ୱଲପୁର ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ମଇଁଷିର ମୃତ୍ୟୁ ଘଟିଛି। 

Leave A Reply

Your email address will not be published.