ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
20ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ପଞ୍ଚଭୂତରେ ବିଲିନ ହେଲା ମହେଶ୍ବରଙ୍କ ମରଶରୀର

0

ପୁରୀ: ବରିଷ୍ଠ ବିଜେଡି ନେତା ତଥା ଓଡ଼ିଶାର ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ସରିଲା ଶେଷକୃତ୍ୟ । ପଞ୍ଚଭୂତରେ ବିଲିନ ହେଲା ମହେଶ୍ବରଙ୍କ ମରଶରୀର । ପୁରୀ ସ୍ବର୍ଗଦ୍ବାରରେ ମହେଶ୍ବରଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପୁଅ ସୁନିଲ ସୁନିଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି । ଶେଷ ଦର୍ଶନ ପାଇଁ ସ୍ବର୍ଗଦ୍ବାରରେ ଲାଗିଛି ଲୋକଙ୍କ ଭିଡ଼ । ଏକ ଶୋକାକୂଳ ପରିବେଶ ସହ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ଶହ ଶହ ଲୋକେ ଶେଷ ଦର୍ଶନ କରିଛନ୍ତି। ଲୁହ ଭିଜା ଆଖିରେ ପରିବାର ଲୋକ, ବନ୍ଧୁବାନ୍ଧବ, ରାଜନୈତିକ ଦଳ ସହିତ ସଂପୃକ୍ତି ରଖିଥିବା ବ୍ୟକ୍ତି, ଶୁଭେଚ୍ଛୁ ଓ ସମର୍ଥକମାନେ ବିଦାୟ ଦେଇଛନ୍ତି। ଅନ୍ତିମ ସତ୍କାର ବେଳେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ, ବିଜେଡିର ଅନ୍ୟ ବିଧାୟକ, ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ଅନ୍ତିମ ସତ୍କାର ପୂର୍ବରୁ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର ଭୁବନେଶ୍ବରରୁ ପ୍ରଥମେ ପୁରୀ ଜିଲ୍ଲା କୋର୍ଟକୁ ନିଆଯାଇଥିଲା। ତା’ପରେ ପାର୍ଥିବ ଶରୀରକୁ ସେଠାରୁ ନେଇ ତାଙ୍କ ବସଭବନରେ ପ୍ରାୟ ଅଧଘଣ୍ଟା ଯାଏଁ ରଖାଯାଇଥିଲା। ସେଠାରେ ପରିବାର, ସାହିପଡ଼ିଶା ଓ ବନ୍ଧୁବାନ୍ଧବଙ୍କ ସମେତ ଦଳଗତ ନିର୍ବିଶେଷରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ନିବାସରୁ ମରଶରୀରକୁ କୁମୁଟିପାଟଣା ସାହିରେ ପରିକ୍ରମା କରାଯାଇ ଜିଲ୍ଲା ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା ଏବଂ ପରେ ଏହା ସ୍ବର୍ଗଦ୍ବାରରେ ପହଞ୍ଚି ଥିଲା।

ଆଜି ପୂର୍ବାହ୍ଣରେ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀରକୁ ଘରୋଇ ହସ୍ପିଟାଲରୁ ଅଣାଯାଇ ବିଜେଡି ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖଭବନ’କୁ ନିଆଯାଇଥିଲା। ଦଳୀୟ ନେତା ଓ କର୍ମୀ ସେଠାରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ସେଠାରେ ପହଞ୍ଚି ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।।

ସୂଚନା ଥାଉକି, ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ୬୭ ବର୍ଷ ବୟସରେ ମହେଶ୍ବରଙ୍କର ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବର ମହାନ୍ତିଙ୍କର ଦେହାନ୍ତ ହୋଇଛି । ଗତ ୧ ତାରିଖ ରାତିରେ ମହେଶ୍ବର ମହାନ୍ତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ତାଙ୍କୁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୩ଟା ୨୫ରେ ତାଙ୍କର ପରଲୋକ ହୋଇଛି । ମହେଶ୍ବରଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ରାଜନେତା । ତାଙ୍କ ବିୟୋଗ ପୁରୀ ତଥା ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ଘଟିଛି ।

Leave A Reply

Your email address will not be published.