ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଜେଲରୁ ମୁକୁଳିଲେ ପ୍ରଯୋଜକ ସଞ୍ଜୟ ନାୟକ

0

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକ ଆଜି କୋର୍ଟରୁ ଜାମିନ ପାଇବା ପରେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ ଟୁଟୁ ନାୟକଙ୍କୁ ୫୦ ହଜାର ଟଙ୍କା ଓ ଜଣେ ଜାମନଦାର ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏସ୍‌ଡଜେଏମ୍‌ କୋର୍ଟ ଗତ ଶନିବାର ଏହ ମାମଲାରେ ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖିଥିଲେ।ଟୁଟୁଙ୍କ ଓକିଲ ଦିବ୍ୟ ଆନନ୍ଦ ମିଶ୍ର କହିଛନ୍ତି, ଗିରଫ ‌ପରେ ଟୁଟୁ ନାୟକ ଶନିବାର ଠାରୁ ଜେଲରେ ଥିଲେ। ଆଜି ସେ ସର୍ତ୍ତମୂଳକ ଜାମିନରେ ବାହାରିଛନ୍ତି।

ଉଲ୍ଲେଖ ଥାଉ କି ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରି ଗତ ଶନିବାର କୋର୍ଟ ଚାଲାଣ କରିଥିଲା। ଏହାପରେ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

Leave A Reply

Your email address will not be published.