ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ସୋଆ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବୋନ୍ ସ୍କ୍ରୁ ପ୍ରକ୍ରିୟାରେ ଆହତ ଗାଈର ଚିକିତ୍ସା

0

ଭୁବନେଶ୍ୱର, ୯ ନଭେମ୍ବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡ୍ରୀ (ଆଇଭିଏସ୍‌ଏଏଚ୍‌) କ୍ଳିନିକାଲ୍ କଂମ୍ପେ୍ଳକ୍ସ (ଠଉଉ) ଠାରେ ସଫଳତାର ସହ ଗୋଟିଏ ଗାଈର ଅସ୍ତ୍ରୋପଚାର କରାଯାଇଛି । ଗାଈଟିର ଡାହାଣ ପାଶ୍ୱର୍ ଗୋଡ଼ଟି ଭାଙ୍ଗି ଯାଇଥିବା ବେଳେ ବୋନ୍ ସ୍କ୍ରୁ ପ୍ରକ୍ରିୟାରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିଲା । ଗାଈ ମାନଙ୍କ କ୍ଷେତ୍ରରେ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର ପ୍ରାୟତଃ କରାଯାଉ ନଥିବା ବେଳେ ଇନ୍‌ଭେସିଭ୍ ସର୍ଜିକାଲ ପ୍ରକ୍ରିୟା ଖୁବ୍ ବିରଳ ।

ଉଲ୍ଲେଖଯୋଗ୍ୟ; ଗାଈଟିକୁ ଭେଟେରିନାରୀ କ୍ଲିନିକାଲ୍ କମ୍ପେ୍ଲକ୍ସକୁ ଅଣାଯାଇଥିବା ବେଳେ ପରୀକ୍ଷା ନିରୀକ୍ଷା ବେଳେ ୩ ମାସ ତଳୁ ତା’ଗୋଡଟି ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା ଏବଂ ଇତି ମଧ୍ୟରେ ଏହା ଯୋଡି ହୋଇଯାଇଥିଲା । ଏକ୍ସରୁ ଜଣାପଡ଼ିଥିଲା ଯେ ତାର ଭାଙ୍ଗି ଯାଇଥିବା ଆଗ ଗୋଡଟି ଭୁଲ୍ ଭାବରେ ଯୋଡି ହୋଇଥିଲା ବୋଲି ଆଇଭିଏସ୍‌ଏଏଚ୍‌ର ସର୍ଜରୀ ବିଭାଗର ଫ୍ୟାକଲ୍ଟି ଡାକ୍ତର ରମେଶ ଚନ୍ଦ୍ର ବେହେରା କହିଛନ୍ତି ।

ତେଣୁ ଏହି ଗାଈଟିର ବୋନ୍ ସ୍କ୍ରୁୁ ପ୍ରକ୍ରିୟାରେ ହାଡର ପୁନଃସ୍ଥାପନ କରାଯାଇଥିଲା ଓ ସଙ୍କୁଚିତ ମାଂସପେଶୀ କୁ ସଜଡା ଯାଇ ଗୋଡଟିକୁ ପ୍ଳାଷ୍ଟର କରାଯାଇଥିଲା ବୋଲି ସେ କହିଛନ୍ତି । ଡାକ୍ତର ବେହେରାଙ୍କୁ ସର୍ଜରୀ ବିଭାଗର ଡାକ୍ତର ବିକାଶ ଦାସ ଓ ଡାକ୍ତର ଅନାଲିସା ଦେବବର୍ମନ୍ ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ । ଇନ୍‌ଟ୍ରାଭେନସ୍ ଆନେସଥେସିଆ ସାହାଯ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଅସ୍ତ୍ରୋପଚାର କରାଯାଇଛି । ଏହି ପ୍ରକ୍ରିୟାକୁ ପ୍ରଫେସର ଡାକ୍ତର ଶ୍ରୀନିବାସ ଦାସ ଅନୁଧ୍ୟାନ କରିଥିଲେ।

Leave A Reply

Your email address will not be published.