ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ବଙ୍ଗୋପସାଗର ରେ ବାତ୍ୟା ସମ୍ଭାବନା

0

ଭୁବନେଶ୍ବର: ଗତ କାଲି ଦକ୍ଷିଣ ଆଣ୍ଡମାନ ସାଗରରେ ରହିଥିବା ଘୂର୍ଣ୍ଣିବଳୟ କ୍ଷେତ୍ର ଆଜି ଦକ୍ଷିଣ ଆଣ୍ଡାମାନ ସାଗର ତତ୍ ସଂଲଗ୍ନ ମଲକ୍କା ଷ୍ଟ୍ରେଟ ନିକଟରେ ଲଘୁଚାପ ରେ ପରିଣତ ହୋଇଛି। ଏହି ଲଘୁଚାପ କ୍ରମଶଃ ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୨୯ ତାରିଖ ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଡିପ୍ରେଶନ ରେ ପରିଣତ ହେବ ପରେ ପୁଣି କ୍ରମଶଃ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଡିପ ଡିପ୍ରେଶନ ଓ ୦୧ ଡିସେମ୍ବର ବେଳକୁ ବାତ୍ୟା ରେ ପରିଣତ ହୋଇପାରେ ବୋଲି ଅଧିକାଂଶ ମଡେଲ ଆକଳନ କରୁଛନ୍ତି। କିଛି ମଡେଲ ଙ୍କ ଆକଳନ ଅନୁଯାୟୀ ଏହି ସିଷ୍ଟମ୍ ଟି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ତାମିଲନାଡ଼ୁ – ଆନ୍ଧ୍ରପ୍ରଦେଶ ଉପକୂଳ ରେ ପହଞ୍ଚିବା ପରେ ରିକର୍ଭ କରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ର ରୂପ ନେଇ ଉତ୍ତର ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହେବ।

ବର୍ତ୍ତମାନ ସିଷ୍ଟମ୍ ଟି ଘନିଭୂତ ହେବା ପାଇଁ ବଙ୍ଗୋପସାଗର ରେ ଉଭୟ ବାୟୁମଣ୍ଡଳ ଓ ସାମୁଦ୍ରିକ ଉପାଦାନ ଗୁଡ଼ିକ ଅନୁକୂଳ ରହିଛି। MJO ବର୍ତ୍ତମାନ ୩ ନଂ ଫେଜ୍ ରେ ରହିଛି। ଏହା ୨୭ ନଭେମ୍ବର ରୁ ୦୬ ଡିସେମ୍ବର ଯାଏଁ ୩ ନଂ ଏବଂ ୪ ନଂ ଫେଜ ରେ ରହିବ। ସମୁଦ୍ର ପୃଷ୍ଠ ତାପମାତ୍ରା ୨୮-୩ ୦°ସି ରହିଛି। ସେହିପରି ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଟ୍ରପିକାଲ ସାଇକ୍ଲୋନ ପୋଟେନ୍ସିଆଲ ହିଟ୍ ୧୦୦-୧୨୦ KJ/CM2 ରହିଛି। ୱିଣ୍ଡ ସିଆର ମଧ୍ୟ ଅନୁକୂଳ ରହିଛି। ତେଣୁ ବାତ୍ୟା ସୃଷ୍ଟି ପାଇଁ ସବୁ ଉପାଦାନ ଅନୁକୂଳ ରହୁଛି।

ତେବେ ଏହି ସିଷ୍ଟମ୍ ର ଗତିପଥ ଏବେ ଅନିଶ୍ଚିତତା ରହିଛି। ଏ ସଂପର୍କ ରେ ଅଧିକ ସୂଚନା ସିଷ୍ଟମ୍ ଟି ଡିପ୍ରେଶନ ରୂପ ନେବା ପରେ ସ୍ପଷ୍ଟ ହେବ। ତେବେ ସମ୍ଭାବ୍ୟ ସିଷ୍ଟମ୍ ପ୍ରଭାବ ରେ ଉପକୂଳ ଓଡ଼ିଶା ରେ ୩ ଡ଼ିସେମ୍ବର ପରେ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.