ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ସମ୍ଭାବ୍ୟ ବାତ୍ୟା ପାଇଁ ୫୪ଟି ଟ୍ରେନ୍‌ ବାତିଲ

0

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ୫୪ଟି ଟ୍ରେନ୍‌କୁ ବାତିଲ କରିଛି ପୂର୍ବତଟ ରେଳବାଇ । ପୂର୍ବତଟରୁ ବାହାରୁଥିବା ୧୨ଟି ଏବଂ ପୂର୍ବତଟ ଦେଇ ଯାଉଥିବା ୪୨ଟି ଟ୍ରେନ୍‌କୁ ବାତିଲ କରାଯାଇଛି।

ବାତିଲ ଟ୍ରେନ୍‌ଗୁଡ଼ିକ ମଧ୍ୟରେ ରହିଛି ପୁରୀ-ଚେନ୍ନାଇ, ଭୁବନେଶ୍ୱର-ତିରୁପତି, ଭୁବନେଶ୍ୱର-ବେଙ୍ଗାଲୁରୁ ଆଦି ଟ୍ରେନ୍। ଏଥିସହ ବିଶାଖାପାଟଣାରୁ ଚେନ୍ନାଇ ଓ ତିରୁପତିକୁ ଯାଉଥିବା ଟ୍ରେନ୍ ବି ବାତିଲ ହୋଇଥିବା ସୂଚନା ମିଳିଛି। ସମ୍ଭାବ୍ୟ ବାତ୍ୟା ଓ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ୫୪ଟି ଟ୍ରେନ୍‌କୁ ବାତିଲ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ଆନ୍ଧ୍ରର ନେଲୋର ଓ ମଛଲିପଟ୍ଟନମ ମଝିରେ ଅତିକ୍ରମ କରିବ ବାତ୍ୟା। ଅତିକ୍ରମ ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିବ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ୫ ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ।

Leave A Reply

Your email address will not be published.