ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

୧୦ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି

0

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ମଙ୍ଗଳବାର ମୋଟର ଯାନ ବକେୟା ଟିକସ ଓ ଜରିମାନାର ଏକକାଳୀନ ପରି‌ଶୋଧ ସମେତ ମୋଟ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଗୋପାଳପୁରରେ ଶିଳ୍ପ କରିଡର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଛି। ଜଟଣୀ ଓ ଭୁବନେଶ୍ବର ତହସିଲ ଅଧିନରେ ଲିଜ୍ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ମୋଟର ଯାନ ଟିକସ ଆଦାୟ ପାଇଁ ବାରମ୍ବାର ନୋଟିସ୍ ଓ ସ୍ୱତନ୍ତ୍ର ଅଭିଯାନ ସତ୍ତ୍ୱେ ୨୦୨୨ ମସିହାରେ ମାତ୍ର ୪୬୬୮ଜଣ ମାଲିକଙ୍କଠୁ ବକେୟା ଟିକସ ସଂଗ୍ରହ କରାଯାଇଥିଲା।

ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ଗୋପାଳପୁର ୟୁଟିଲିଟି କରିଡ଼ର ଉନ୍ନୀତିକରଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଗୋପାଳପୁର ବନ୍ଦର ଓ ଗୋପାଳପୁରଠାରେ ସ୍ଥାପିତ ଟାଟା ଷ୍ଟିଲ ଇଣ୍ଡଷ୍ଟ୍ରିଆଲ ପାର୍କ ଅଂଚଳକୁ ଏବେ ଥିବା ଶିଳ୍ପ ଓ ଆଗାମୀ ଦିନରେ ଆସିବାକୁ ଥିବା ଶିଳ୍ପଗୁଡ଼ିକର ସଂଯୋଗୀକରଣ ପଥ ନିର୍ମାଣ କାର୍ଯ୍ୟ ନିମନ୍ତେ ପ୍ରସ୍ତାବିତ ଇପିସି ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଫଳରେ ଜିଏସଟିକୁ ବାଦ୍ ଦେଇ ଏହି ପ୍ରକଳ୍ପର ଟେଣ୍ଡର ମୂଲ୍ୟ ୧୨୮.୮୮କୋଟି ଟଙ୍କା ରହିଛି ।

ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୧୮ମାସ ମଧ୍ୟରେ ଶେଷ ହେବ ଓ ନିୟୋଜିତ କମ୍ପାନୀ ୧୨୦ମାସର ରକ୍ଷଣାବେକ୍ଷଣ ଦାୟିତ୍ୱରେ ମଧ୍ୟ ରହିବ । ଏହି ପ୍ରକଳ୍ପ ଦ୍ୱାରା ଅଂଚଳର ସର୍ଭେ, ଆଭ୍ୟନ୍ତରୀଣ ଓ ବାହ୍ୟ ଉନ୍ନତିକରଣ, ରାସ୍ତା ନିର୍ମାଣ, ପମ୍ପ ହାଉସ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଫ୍ଲାଏଓଭର ରାସ୍ତା, ଉଜ୍ୱଳ ଆଲୋକୀକରଣ, ମୃତ୍ତିକା ସଂରକ୍ଷଣ, ଏସଏଫଆରସି କମ୍ପାଉଣ୍ଡ ୱାଲ, କେବୁଲ ଟ୍ରେଂଚ ଇତ୍ୟାଦି କାର୍ଯ୍ୟ କରାଯିବ ।

Leave A Reply

Your email address will not be published.