ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ

0

ମୁମ୍ୱାଇ: ଫିଲ୍ମ ସୁଟିଂ ବେଳେ ହାର୍ଟଆଟାକ୍। ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ । ଫିଲ୍ମର ସୁଟିଂ କରୁଥିବାବେଳେ ହୃଦଘାତ ହୋଇଥିବା ସୂଚନା ମିଳିଛି। ଆକ୍ଟର ଅକ୍ଷୟ କୁମାରଙ୍କ ସହ ‘ୱେଲକମ ଟୁ ଦ ଜଙ୍ଗଲ’ ଫିଲ୍ମର ସୁଟିଂ ସମୟରେ ତାଙ୍କୁ ହୃଦଘାତ ହୋଇଥିବା ଜଣାପଡ଼ିଛି। ସୁଟିଂ ଶେଷ କରିବା ପରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମୁମ୍ବାଇ ବେଲେଭ୍ୟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟି କରିବା ପରେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ସ୍ବତନ୍ତ୍ର ଡାକ୍ତରୀ ଦଳ ନଜର ରଖିଛି।

ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟା ବେଳେ ଶ୍ରେୟସ୍‌ଙ୍କର ହୃଦ୍‌ଘାତ ହେବାରୁ ତାଙ୍କୁ ମୁମ୍ବାଇ ଅନ୍ତର୍ଗତ ଅନ୍ଧେରୀ ଅଞ୍ଚଳରେ ଥିବା ବେଲିଭ୍ୟୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ରାତି ୧୦ଟାରେ ତାଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଗଲା। ଏଥିପାଇଁ କରାଯାଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି ଓ ସେ ଭଲ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି। ଗୁରୁବାର ସନ୍ଧ୍ୟା ସମୟରେ ‘ୱେଲ୍‌କମ୍‌ ଟୁ ଦି ଜଙ୍ଗଲ୍‌’ ଚଳଚ୍ଚିତ୍ର ନିମନ୍ତେ ସୁଟିଙ୍ଗ୍‌ ସାରିବା ପରେ ସେ ଅଶ୍ବସ୍ତି ଅନୁଭବ କରିଥିଲେ। ପରେ ପରେ ହୃଦ୍‌ଘାତ ଯୋଗୁଁ ପଡ଼ିଯିବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

Leave A Reply

Your email address will not be published.