ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ଓ ପଲିଥିନ ନନେବାକୁ ଅନୁରୋଧ କଲେ ମୁଖ୍ୟ ପ୍ରଶାସକ

0

ପୁରୀ: ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବାକୁ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ । ଫୁଲ ଓ ଭୋଗ ପଲିଥିନରେ ମନ୍ଦିର ଭିତରକୁ ନ ନେବାକୁ ଭକ୍ତ ଓ ସମସ୍ତ ନିଯୋଗକୁ ଅନୁରୋଧ କଲେ ମୁଖ୍ୟ ପ୍ରଶାସକ । କଟନ୍ ବ୍ୟାଗ୍ , କାଠ ବା ବାଉଁଶରେ ନିର୍ମିତ ଚାଙ୍ଗୁଡିରେ ଫୁଲ ଓ ଭୋଗ ନେବାକୁ ଅନୁରୋଧ କଲେ ମୁଖ୍ୟ ପ୍ରଶାସକ । ଏନେଇ ସାମାଜିକ ଗଣମାଧ୍ୟମରେ ମେସେଜ୍ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ୍ ଦାସ ।

ଏହାପୂର୍ବରୁ  ଶ୍ରୀମନ୍ଦିରରେ ପାନ ଗୁଟଖା ନିଷେଧ ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ନୂଆବର୍ଷରୁ ଶ୍ରୀମନ୍ଦିର ଭିତରେ ପାନ ଗୁଟଖା ଉପରେ ଲାଗିବ କଟକଣା । ଭକ୍ତ ଓ ସେବାୟତ ମାନେ ନିଜେ ସଚେତନ ହୋଇ ପାନ ଗୁଟଖା ନଖାଇବାକୁ ଅନୁରୋଧ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବରାହ ପୁରାଣର ଉଦାହରଣ ଦେଇ ତାମୁଳ ସେବନ ଉପରେ କଟକଣା ଲାଗୁ ହେବ କହିଲେ ମୁଖ୍ୟ ପ୍ରଶାସକ କହିଥିଲେ । 

Leave A Reply

Your email address will not be published.