ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ହଇଜାରେ ଆଉ ଜଣଙ୍କ ମୃତ୍ୟୁ

0

ରାଉରକେଲା: ହଇଜା ସଂକ୍ରମଣ ରାଉରକେଲାରେ ସାମାନ୍ୟ କମିଥିଲେ ଗୁରୁତର ରୋଗୀଙ୍କ ସଂଖ୍ୟା କମୁଥିଲେ ବି ଶୁକ୍ରବାର ଅପରାହ୍‌ଣରେ ଆଉ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏଥିସହ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ମୃତକ ହେଲେ ରାଉରକେଲା ପାୱାରହାଉସ୍‌ ରୋଡ ଅଞ୍ଚଳର ପଙ୍କଜ ମଣ୍ଡଳ (୪୨)। ସେ ହାଇଟେକ୍‌ ମେଡିକାଲ୍‌ରେ ଭର୍ତ୍ତି ହେଇଥିଲେ

ସୂଚନାଯୋଗ୍ୟ, ସପ୍ତାହେ ତଳେ ପାୱାରହାଉସ୍‌ ଅଞ୍ଚଳର ପଙ୍କଜ ମଣ୍ଡଳ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଜେପି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଗତ ୭ ଦିନ ହେଲା ଚିକିତ୍ସା ଚାଲିଥିଲା। ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପଙ୍କଜଙ୍କ ମୃତ୍ୟୁ ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ବେସରକାରୀ ଭାବେ ପଙ୍କଜଙ୍କୁ ମିଶାଇ ରାଉରକେଲାରେ ୧୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାଛଡ଼ା ଅନେକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଭିସି ମାଧ୍ୟମରେ ସମୀକ୍ଷା ବୈଠକ ହୋଇଛି । ଝାଡାବାନ୍ତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଛି । ଝାଡାବାନ୍ତିର ପ୍ରକୃତ କାରଣ ଖୋଜିବା ପାଇଁ ବିଶେଷଜ୍ଞମାନେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରୁ ଜଳ ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । ଏହାର ରିପୋର୍ଟ ଆସିବାକୁ ୭ ଦିନ ସମୟ ଲାଗିପାରେ ।

Leave A Reply

Your email address will not be published.