ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ନୂଆ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ

0

ଭୁବନେଶ୍ବର: ଓଡ଼ିଶା ପୁଲିସର ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି ଅରୁଣ ଷଡଙ୍ଗୀ । ଆଜି ସରୁଛି ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଙ୍କ କାର୍ଯ୍ୟକାଳ । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଅରୁଣ ଷଡଙ୍ଗୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସୁନୀଲ ବଂଶଲ। ତେବେ ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳିବେ ଅରୁଣ ଷଡଙ୍ଗୀ ।

ଅରୁଣ ଷଡଙ୍ଗୀ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର ।ତାଳଚେର ଏସଡିପିଓ ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ। ରାୟଗଡା, ବ୍ରହ୍ମପୁର, ଜଗତସିଂହପୁରରେ ଏସପି ଥିଲେ ଅରୁଣ ଷଡ଼ଙ୍ଗୀ। ଭୁବନେଶ୍ବର ଓ ରାଉରେଲାରେ ମଧ୍ୟ ଏସପି ଥିଲେ। ଆଇଜି ଆଇନଶୃଙ୍ଖଳା ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। 

Leave A Reply

Your email address will not be published.