ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ବିଷାକ୍ତ ହର୍ବିସାଇଟ୍ ପାରାକ୍ବାଟ୍‌କୁ ନିଷିଦ୍ଧ କର

0
  • କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଲେ ରାଜ୍ୟ ସରକାର
  • ୩ମାସ ପାଇଁ ସରକାର ଓଡ଼ିଶାରେ ଏହାକୁ ନିଷିଦ୍ଧ କରିଥିଲେ
  • ମଣିଷର ଜୀବନ ପ୍ରତି ବିପଦ ଏହି ରାସାୟନିକ ପଦାର୍ଥ
  • ସ୍ବାସ୍ଥ୍ୟ ପ୍ରତି କେବଳ ବିପଦ ଆଣୁନି, ଜୀବନ ବି ନେଇଯାଉଛି

ଭୁବନେଶ୍ବର: ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍‌ ପାରାକ୍ବାଟ୍‌ ଓ ଏଥିରୁ ଉତ୍ପନ୍ନ ଅନ୍ୟ ଦ୍ରବ୍ୟ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏ ସଂପର୍କରେ ଆଜି କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।

ଏହି ଚିଠିରେ ରାଜ୍ୟ ସରକାର ଯୁକ୍ତି ଦର୍ଶାଇ କହିଛନ୍ତି ଯେ ପାରାକ୍ୱାଟ୍‌ ଭଳି ତୃଣନାଶକ ସଂପର୍କରେ ଓଡ଼ିଶା ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ବିଷାକ୍ତ ରସାୟନିକ ପଦାର୍ଥର ବିକ୍ରୟ, ମହଜୁଦ, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ୨୦୨୩ ଅକ୍ଟୋବର ୫ରୁ ୯୦ ଦିନ ନିମନ୍ତେ ନିଷିଦ୍ଧ ଘୋଷଣା କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ରିପୋର୍ଟ ଅନୁସାରେ ପାରାକ୍ୱାଟ୍‌ ଏବଂ ଏଥିରୁ ଉତ୍ପନ୍ନ ପଦାର୍ଥ ଅତ୍ୟନ୍ତ ବିଷାକ୍ତ ଓ କ୍ଷତିକାରକ ରାସାୟନିକ ଦ୍ରବ୍ୟ। ରାଜ୍ୟର ଅନ୍ୟତମ ଭେଷଜ ଅନୁଷ୍ଠାନ ଭିମ୍‌ସାର, ବୁର୍ଲାର ରିପୋର୍ଟ କହୁଛି ଯେ ପାରାକ୍ୱାଟ୍‌ ଯୋଗୁଁ ମଣିଷର ନିଃଶ୍ୱାସପ୍ରଶ୍ୱାସ, ବୃକକ୍‌ ଓ ଯକୃତଜନିତ ସମସ୍ୟା ଉପୁଜୁଛି ଏବଂ ଜୀବନ ନେଉଛି। ରାଜ୍ୟର ୧୫ଟିରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମଧ୍ୟ ଏହି ମର୍ମରେ ତାଙ୍କର ରିପୋର୍ଟ ଦେଇଛନ୍ତି। ବିଷାକ୍ତ ତୃଣନାଶକ ପାରାକ୍ବାଟ୍‌ ସେବନ କରି ଅକାଳ ମୃତ୍ୟୁ ଘଟୁଛି ବୋଲି ରିପୋର୍ଟରେ ଦର୍ଶାଇଛନ୍ତି। ଏଣୁ କେନ୍ଦ୍ର ସରକାର ତୁରନ୍ତ ଓଡ଼ିଶାରେ ପାରାକ୍ୱାଟ୍‌ର ବିକ୍ରି, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ତୁରନ୍ତ କୀଟନାଶକ ଆଇନ ୧୯୬୮ର ଧାରା ୨୭ (୨) ଅନୁଯାୟୀ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ଦରକାର।

Leave A Reply

Your email address will not be published.