ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଲକ୍ଷ୍ୟସ୍ଥଳରେ ପହଁଚିଲା ‘ଆଦିତ୍ୟ ଏଲ-ୱାନ’

0

ନ୍ୟୁଜ୍ ବ୍ୟୁରୋ: ଚନ୍ଦ୍ରଯାନର ସଫଳତାର ଉତ୍ସାହ ପରେ ଆଉ ଏକ ଖୁସିର ଖବର ଦେଶବାସୀଙ୍କୁ ଦେଇଛି ଇସ୍ରୋ । ସୂର୍ଯ୍ୟ ମିଶନ ପାଇଁ ସ୍ୱତନ୍ତ୍ର ଯାନର ସଫଳ ଉତକ୍ଷେପଣ ପରେ ଲକ୍ଷ୍ୟସ୍ଥଳରେ ପହଁଚିଛି ଆଦିତ୍ୟ-ଏଲ-ୱାନ । ଏଲ୍-ୱାନ ପଏଂଟରେ ୫ ବର୍ଷ ଯାଏଁ କାମ କରିବ ଆଦିତ୍ୟ ଏଲ ୱାନ୍ । ହେଲୋ ଅରବିଟରେ ପ୍ରଦକ୍ଷେଣ କରିବ । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଓ ପୃଥିବୀ ଉପରେ ସୌର ବିକିରଣ ସଂପର୍କରେ ଅଧିକ ଗବେଷଣା ପାଇଁ ଏହା ସହାୟକ ହେବ।

ଏଲ୍-ୱାନ ପଏଣ୍ଟରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ସମାନ ପ୍ରଭାବ ପକାଉଥିବାରୁ, ଏହା ଚାରିପଟେ ଆଦିତ୍ୟ ଏଲ୍-ୱାନ ପରିକ୍ରମା କରି ସୂର୍ଯ୍ୟ ଉପରେ ୨୪ ଘଣ୍ଟା ନଜର ରଖିପାରିବ ଏବଂ ନୂଆ ନୂଆ ତଥ୍ୟ ସଂଗ୍ରହ କରିପାରିବ। ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ୍-ୱାନ ଗତବର୍ଷ ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା । ଯାତ୍ରା ବେଳର ଏହି ୪ ମାସ ଭିତରେ ଏହା ସୂର୍ଯ୍ୟର ସମ୍ପୂର୍ଣ୍ଣ ଫଟୋ ଉଠାଇବା ସହିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ପଠାଇବାରେ ସଫଳ ହୋଇଛି।

Leave A Reply

Your email address will not be published.