ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଲଗାଣ ବର୍ଷାରେ ବେହାଲ ତାମିଲନାଡୁ

0

ଚେନ୍ନାଇ : ଲଗାଣ ବର୍ଷାରେ ବେହାଲ ହେଇଯାଇଛି ତାମିଲନାଡୁ। ଗତକାଲି ଭୀଷଣ ବର୍ଷାରେ ଜଳମଗ୍ନ ହୋଇ ପଡିଛି ତାମିଲନାଡୁର ଏକାଧିକ ଜିଲ୍ଲା। ମୁଖ୍ୟତଃ ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷାରୁ ରାସ୍ତାଘାଟ ଗହଳି ରହିବା ସାଙ୍ଗକୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ରାଜ୍ୟର ଅନେକ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ନାଗାପାଟ୍ଟିନମ୍, କିଲଭେଲୁର ତାଲୁକ, ଭିଲୁପୁରମ ଏବଂ କୁଡାଲୋର ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଏହି ସବୁ ଅଞ୍ଚଳରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । କାଲାକୁରୁଚି, ରାନିପେଟ, ଭେଲୋର ଏବଂ ତିରୁନାମଲାଇରେ ମଧ୍ୟ ପ୍ରବଳ ଭର୍ଷା ରେକର୍ଡ ହୋଇଛି । ଆସନ୍ତା ସାତ ଦିନ ପର୍ଯ୍ୟନ୍ତ  ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି।

Leave A Reply

Your email address will not be published.