ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ଝୁଲନ୍ତା ଅବସ୍ଥାରେ ବିଡିଓଙ୍କ ମୃତଦେହ ଉଦ୍ଧାର

0

ସିମୁଳିଆ: ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ । ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ୬ ମାସ ହେବ ସିମୁଳିଆରେ ନିଯୁକ୍ତି ହୋଇଥିଲେ ବିଶ୍ୱରଞ୍ଜନ।

ସୂଚନାଯୋଗ୍ୟ, ଆଜି ଦିନ ୧୧ଟା ବେଳେ କିଛି ସମୟ ପାଇଁ ଅଫିସ ଯାଇଥିଲେ ବିଶ୍ୱରଞ୍ଜନ ମହାନ୍ତି। ମାତ୍ର କିଛି ସମୟ କାର୍ଯ୍ୟ କରି ସରକାରୀ ବାସଭବନକୁ ଚାଲିଯାଇଥିଲେ । ଅପରାହ୍‌ଣ ଚାରିଟା ସୁଦ୍ଧା କାର୍ଯ୍ୟାଳୟକୁ ନ ଆସିବାରୁ ପିଅନ ଡାକିବାକୁ ଯାଇଥିଲେ। ତେବେ ବିଡିଓଙ୍କ ସରକାରୀ ବାସଗୃହ ଭିତରୁ ଗ୍ରିଲ ଓ କବାଟ ଦିଆ ଯାଇଥିଲା। ବିଡ଼ିଓଙ୍କୁ ଡାକିବାରୁ ସେ ଶୁଣି ନଥିଲେ। ଫଳରେ ପିଅନ ଜଣକ ଏନେଇ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ଖବର ଦେଇଥିଲେ। ଭିସିରେ ଯୋଗ ନଦେବାରୁ ତାଙ୍କୁ ଖୋଜା ପଡିଥିଲା l

କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। କିନ୍ତୁ ଭିତର ପାର୍ଶ୍ବରୁ ବନ୍ଦ ଥିବା ଘର ଭିତରୁ କୌଣସି ପ୍ରତିକ୍ରିୟା ଆସି ନଥିଲା। ଫଳରେ ସିମୁଳିଆ ତହସିଲଦାର ସୁନୀଲ କୁମାର ଟୁଡୁ ଓ ଥାନା ଅଧିକାରୀ ସ୍ଵର୍ଣ୍ଣଲତା ମିଞ୍ଜ ଘଟଣାସ୍ଥଳରେ ପହଂଚିବା ପରେ ତାଲା ଭଙ୍ଗା ଯାଇଥିଲା। ବିଡ଼ିଓ ବିଶ୍ୱରଂଜନ ମହାନ୍ତିଙ୍କୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା

ବାସଭବନରେ  ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।ଘଟଣା ସ୍ଥଳରେ ସିମୁଳିଆ ପୋଲିସ ଓ ତହସିଲଦାର ପହଁଚିଲେ  । ତେବେ ଆଜି ଅଫିସରେ କିଛି କାଗଜପତ୍ର ଖୋଜିବା ପରେ ନ ମିଳିବାରୁ ବ୍ୟସ୍ତ ଥିବା କହିଛନ୍ତି କର୍ମଚାରୀ । ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଠ ହୋଇନାହିଁ ।

Leave A Reply

Your email address will not be published.