ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଜାନୁଆରୀ ୧୭ ଓ ୨୨ ତାରିଖରେ କେନ୍ଦ୍ରାପଡ଼ାରେ ମଦ ବିକ୍ରି ବନ୍ଦ

0

କେନ୍ଦ୍ରାପଡା: ଜାନୁଆରୀ ୧୭ ଓ ୨୨ ତାରିଖରେ କେନ୍ଦ୍ରାପଡ଼ାରେ ମଦ ବିକ୍ରି ବନ୍ଦ ରହିବ। ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ଓ ରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନାଯୋଗ୍ୟ, ଆସନ୍ତାକାଲି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ସେଥିପାଇଁ ପୂର୍ବରୁ ସରକାର ମଧ୍ୟ ଆସନ୍ତାକାଲି ସମସ୍ତ ସରକାରୀ ସ୍କୁଲ୍ ଓ ଅଫିସ୍‌କୁ ଛୁଟି ଘୋଷଣା କରିଥିଲେ । ଏବେ କେନ୍ଦ୍ରାପଡାରେ ମଦ ବନ୍ଦ ହେବା ଘୋଷଣା କରାଯାଇଛି । ସେହିପରି ମଧ୍ୟ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଥିବା ବେଳେ ସେହି ଦିନ ଉତ୍ତର ପ୍ରଦେଶରେ ସମସ୍ତ ସ୍କୁଲ୍‌, କଲେଜ ଛୁଟି ରହିବ। ସେହିପରି ସେହିଦିନ ଅଯୋଧ୍ୟାରେ କେହି ମଦ ବିକ୍ରି କରିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।  

Leave A Reply

Your email address will not be published.