ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଉ ଏକ ଚିତା ବାଘର ମୃତ୍ୟୁ

0

ମଧ୍ୟପ୍ରଦେଶ: କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ବାଘର ମୃତ୍ୟୁ। ନାମିବ୍ୟାରୁ ଆସିଥିବା ଚିତାବାଘଙ୍କ ମଧ୍ୟରୁ ଆଜି ଶୌର୍ଯ୍ୟ ନାମକ ଚିତା ବାଘର ମୃତ୍ୟୁ ହୋଇଛି। ଆଜି ସକାଳ ୧୧ଟା ସମୟରେ ଚିତାବାଘ ଶୌର୍ଯ୍ୟର ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ୩ ଚିତାବାଘ ଶାବକ ସହ ୬ ବୟସ୍କ ବାଘଙ୍କ ମୃତ୍ୟୁ ଘଟିଥିଲା ।ଚିତାବାଘ ଶୌର୍ଯ୍ୟର ମୃତ୍ୟୁ ସହ କୁନୋ ନ୍ୟାସନାଲ ପାର୍କରେ ଚିତାବାଘ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି।

ଲାୟନ ପ୍ରୋଜେକ୍ଟ ନିର୍ଦ୍ଦେଶକ ଚିତାବାଘର ମୃତ୍ୟୁ ନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି । ତେବେ ବାଘର କେମିତି ମୃତ୍ୟୁ ହେଲା ଏ ନେଇ ଶବ ବ୍ୟବଚ୍ଛେଦ ପରେ ହିଁ ସ୍ପଷ୍ଟ ହୋଇପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଚିତାବାଘ ଶୌର୍ଯ୍ୟକୁ ବେହୋସ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.