ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବଡ଼ୋଦରା ହ୍ରଦରେ ଡଙ୍ଗା ବୁଡ଼ି ୨ ଶିକ୍ଷକ ଓ ୯ ଛାତ୍ରଛାତ୍ରୀ ମୃତ୍ୟୁ

0

ଗୁଜୁରାଟ: ଗୁଜରାଟର ବଡ଼ୋଦରାରେ ଥିବା ଏକ ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୨ ଶିକ୍ଷକ ଓ ୯ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଡଙ୍ଗାଟିରେ ୨୭ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ନ୍ୟୁ ସନ୍‌ରାଇଜ ନାମକ ଏକ ଘରୋଇ ସ୍କୁଲରେ ପଢ଼ନ୍ତି। ସ୍କୁଲ୍‌ ପକ୍ଷରୁ ସେମାନଙ୍କୁ ପିକ୍‌ନିକ୍‌ରେ ସେଠାକୁ ନିଆଯାଇଥିଲା। ତେବେ ଡଙ୍ଗାରେ ବସିଥିବା ବେଳେ ସେମାନେ କେହି ବି ଲାଇଫ୍ ଜ୍ୟାକେଟ୍ ପିନ୍ଧି ନଥିଲେ।

ତେବେ ଖବର ଲେଖାଯିବା ବେଳକୁ ହ୍ରଦରେ ସର୍ଚ୍ଚ ଅପରେସନ ଜାରି ରହିଥିଲା।  ଗୁଜରାଟ ଶିକ୍ଷା ମନ୍ତ୍ରୀ କୁବେର ଡିଣ୍ଡୋର କହିଛନ୍ତି, ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଓ ଦମକଳ ବାହିନୀ ମିଳିତ ଭାବେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବଡ଼ୋଦରା ଜିଲ୍ଲାପାଳ କହିଛନ୍ତି ଏବି ଗୋର କହିଛନ୍ତି ଯେ ଡଙ୍ଗାରେ ୨୭ ଜଣ ଛାତ୍ରଛାତ୍ରୀ ବସିଥିଲେ।  

Leave A Reply

Your email address will not be published.