ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବଡ଼ୋଦରା ହ୍ରଦରେ ଡଙ୍ଗା ବୁଡ଼ି ୨ ଶିକ୍ଷକ ଓ ୯ ଛାତ୍ରଛାତ୍ରୀ ମୃତ୍ୟୁ

0

ଗୁଜୁରାଟ: ଗୁଜରାଟର ବଡ଼ୋଦରାରେ ଥିବା ଏକ ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୨ ଶିକ୍ଷକ ଓ ୯ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଡଙ୍ଗାଟିରେ ୨୭ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ନ୍ୟୁ ସନ୍‌ରାଇଜ ନାମକ ଏକ ଘରୋଇ ସ୍କୁଲରେ ପଢ଼ନ୍ତି। ସ୍କୁଲ୍‌ ପକ୍ଷରୁ ସେମାନଙ୍କୁ ପିକ୍‌ନିକ୍‌ରେ ସେଠାକୁ ନିଆଯାଇଥିଲା। ତେବେ ଡଙ୍ଗାରେ ବସିଥିବା ବେଳେ ସେମାନେ କେହି ବି ଲାଇଫ୍ ଜ୍ୟାକେଟ୍ ପିନ୍ଧି ନଥିଲେ।

ତେବେ ଖବର ଲେଖାଯିବା ବେଳକୁ ହ୍ରଦରେ ସର୍ଚ୍ଚ ଅପରେସନ ଜାରି ରହିଥିଲା।  ଗୁଜରାଟ ଶିକ୍ଷା ମନ୍ତ୍ରୀ କୁବେର ଡିଣ୍ଡୋର କହିଛନ୍ତି, ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଓ ଦମକଳ ବାହିନୀ ମିଳିତ ଭାବେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବଡ଼ୋଦରା ଜିଲ୍ଲାପାଳ କହିଛନ୍ତି ଏବି ଗୋର କହିଛନ୍ତି ଯେ ଡଙ୍ଗାରେ ୨୭ ଜଣ ଛାତ୍ରଛାତ୍ରୀ ବସିଥିଲେ।  

Leave A Reply

Your email address will not be published.