ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

୧୬ ବର୍ଷରୁ କମ୍‌ ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟର ମନା

0

ନୂଆଦିଲ୍ଲୀ:  ୧୬ ବର୍ଷରୁ କମ୍‌ ଙ୍କୁ କୋଚିଂ ସେଣ୍ଟର  ମନା। କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍‌ ଆଣିଲେ କେନ୍ଦ୍ରସରକାର। ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସର୍ବନିମ୍ନ ମାନ ପାଇଁ ଗାଇଡଲାଇନ୍‌ ଅଣାଗଲା ।

ଉଲ୍ଲେଖଯୋଗ୍ୟ , କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁସାରେ, ୧୬ ବର୍ଷରୁ କମ ବୟସ ପିଲା ନେଇପାରିବେନି କୋଚିଂ। ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ। ଏଥିସହିତ  ଗ୍ରାଜୁଏସନ ଠାରୁ କମ ଶିକ୍ଷାପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେନି। ଭଲ ରାଙ୍କ କିମ୍ବା ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶୃତି  ମଧ୍ୟ ମନା। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଦେଇ ପାରିବେନି ମିଛ ପ୍ରତିଶୃତି।  ଅଣ ଗ୍ରାଜୁଏଟ୍ ଶିକ୍ଷକଙ୍କୁ କୋୖଣସି କୋଚିଂ ସେଣ୍ଟରରେ ନିଯୁକ୍ତି ଦିଆଯାଇ ପାରିବନି। ଏସବୁ ନିୟମ ନମାନିଲେ ୧ଲକ୍ଷ ଟଙ୍କା ଯାଏଁ ଜୋରିମାନା ସହ ପଞ୍ଜିକରଣ ବାତିଲ କରାଯିବ। ନିର୍ଦ୍ଦେଶନାମାର ୩ ମାସ ମଧ୍ୟରେ ପଞ୍ଜିକୃତ ହେବେ ସମସ୍ତ କୋଚିଂ ସେଣ୍ଟର। କେନ୍ଦ୍ରର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର।

Leave A Reply

Your email address will not be published.