ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

୧୬ ବର୍ଷରୁ କମ୍‌ ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟର ମନା

0

ନୂଆଦିଲ୍ଲୀ:  ୧୬ ବର୍ଷରୁ କମ୍‌ ଙ୍କୁ କୋଚିଂ ସେଣ୍ଟର  ମନା। କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍‌ ଆଣିଲେ କେନ୍ଦ୍ରସରକାର। ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସର୍ବନିମ୍ନ ମାନ ପାଇଁ ଗାଇଡଲାଇନ୍‌ ଅଣାଗଲା ।

ଉଲ୍ଲେଖଯୋଗ୍ୟ , କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁସାରେ, ୧୬ ବର୍ଷରୁ କମ ବୟସ ପିଲା ନେଇପାରିବେନି କୋଚିଂ। ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ। ଏଥିସହିତ  ଗ୍ରାଜୁଏସନ ଠାରୁ କମ ଶିକ୍ଷାପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେନି। ଭଲ ରାଙ୍କ କିମ୍ବା ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶୃତି  ମଧ୍ୟ ମନା। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଦେଇ ପାରିବେନି ମିଛ ପ୍ରତିଶୃତି।  ଅଣ ଗ୍ରାଜୁଏଟ୍ ଶିକ୍ଷକଙ୍କୁ କୋୖଣସି କୋଚିଂ ସେଣ୍ଟରରେ ନିଯୁକ୍ତି ଦିଆଯାଇ ପାରିବନି। ଏସବୁ ନିୟମ ନମାନିଲେ ୧ଲକ୍ଷ ଟଙ୍କା ଯାଏଁ ଜୋରିମାନା ସହ ପଞ୍ଜିକରଣ ବାତିଲ କରାଯିବ। ନିର୍ଦ୍ଦେଶନାମାର ୩ ମାସ ମଧ୍ୟରେ ପଞ୍ଜିକୃତ ହେବେ ସମସ୍ତ କୋଚିଂ ସେଣ୍ଟର। କେନ୍ଦ୍ରର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର।

Leave A Reply

Your email address will not be published.