ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀରାମଲଲାଙ୍କ ଫଟୋକୁ ନେଇ ବିବାଦ

0

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ପ୍ରଭୁ ରାମଙ୍କ ପ୍ରତିମା ଫଟୋ ଭାଇରାଲକୁ ନେଇ ବିବାଦ ମୁଣ୍ଡ ଟେକିଛି । ଶ୍ରୀରାମଲଲାଙ୍କ ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ରୀରାମଙ୍କ ପ୍ରତିମାର ଫଟୋ ସାର୍ବଜନୀନ ହେବା ଉଚିତ୍ ନୁହେଁ କହିଛନ୍ତି ମୁଖ୍ୟ ପୂଜକ ପଣ୍ଡିତ ସତ୍ୟେନ୍ଦ୍ର ଦାସ ।

ଯେଉଁ ଫଟୋଟି ଭାଇରାଲ ହେଉଛି ତାହା ରାମଲଲାଙ୍କ ହୋଇ ନଥିବ ବୋଲି ସେ କହିଛନ୍ତି ।  ଯଦି ଭାଇରାଲ ଫଟୋଟି ରାମଲଲାଙ୍କର ତା’ହେଲେ କିଏ ଓ କେମିତି ଫଟୋ ଭାଇରାଲ କଲା ଏହାର ତଦନ୍ତ ହେବା ଜରୁରୀ ବୋଲି ସେ ଦାବି କରିଛନ୍ତି । ଭାଇରାଲ ହେଉଥିବା ଫଟୋ ପୂର୍ବରୁ ନିଆଯାଇଛି କିମ୍ବା ରାମଲାଲାଙ୍କ ପ୍ରକୃତ ଫଟୋ ନୁହେଁ ବୋଲି କହିଛନ୍ତି ରାମମନ୍ଦିର ଟ୍ରଷ୍ଟର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତୈନ୍ଦ୍ର ଦାସ । କାରଣ ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ ରାମଲଲାଙ୍କ ମୂର୍ତିକୁ ଆସନରେ ବୈଦିକ ମନ୍ତ୍ରୋଚାରଣ ସହ ବିରାଜମାନ କରାଯାଇଥିଲା । ଏହାପରେ ୫୧ ଇଂଚର ଶ୍ୟାମଳ ମୂର୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା । ବାଳକ ରାମଙ୍କ ପ୍ରତିମାର ମୁଖକୁ ଏବେ ବି ଗର୍ଭଗୃହରେ ଘୋଡାଇ ରଖାଯାଇଛି ।

ଆଗକୁ ସେ କହିଛନ୍ତି, ବିଧି ଅନୁସାରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ କୌଣସି ପ୍ରତିମା ମୁଖରୁ ପରଦା ଉଠାଯାଏ ନାହିଁ । ଗର୍ଭଗୃହରେ ମଧ୍ୟ ଶ୍ରୀରାମଙ୍କ ମୁଖରେ ପଟ୍ଟି ରହିଛି । ଭାଇରାଲ ହେଉଥିବା ଫଟୋ ପୂର୍ବରୁ ନିଆଯାଇଛି ନଚେତ୍ ଶ୍ରୀରାମଲଲାଙ୍କ ପ୍ରକୃତ ଫଟୋ ନୁହେଁ ବୋଲି କହିଛନ୍ତି ସତୈନ୍ଦ୍ର ।

କିନ୍ତୁ ଗତକାଲି ଠାରୁ ଶ୍ରୀରାମଲଲାଙ୍କ ଅନେକ ଫଟୋ ସାମ୍ନାକୁ ଆସୁଛି । କିଛି ଫଟୋରେ ରାମଲଲାଙ୍କ ମୁଖରେ ପଟ୍ଟି ପଡିଥିବାବେଳେ ଆଉ କିଛି ଫଟୋରେ ମୁଖ୍ୟ ସମ୍ପୂର୍ଣ୍ଣ ଭାବେ ଦେଖାଯାଉଛି ।

Leave A Reply

Your email address will not be published.