ପ୍ରମୁଖ ଖବର

ଭୁବନେଶ୍ୱରର ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରାବାସରେ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
ଅଣ୍ଡରୱେଟ୍ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ବଢ଼ିଲା ଖର୍ଚ୍ଚ, ପ୍ରତିଦିନ ମିଳିବ ୧୮ ଟଙ୍କାର ପୋଷଣ
ପିପିଲିରେ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଜବତ
ଏସଟି, ଏସସି ଓ ଏସିବିସି ପାଇଁ ସଂରକ୍ଷଣ ବୃଦ୍ଧି, ୨୦୨୬-୨୭ରୁ ଲାଗୁ ହେବ ନୂଆ ନୀତି
ପୁଣି ବଢ଼ିଲା ବସ୍ ଭଡ଼ା, ଯାତ୍ରୀଙ୍କ ପକେଟକୁ ଝଟକା
ମଦର ଡେରୀର ନୂଆ ପଦକ୍ଷେପ: ମାଟିରେ ମିଶିଯିବ କ୍ଷୀର ପାଉଚ୍
ବିଜେପି ଛାଡ଼ିଲେ କେ. ଆନ୍ନାମଲାଇ, ଶୀଘ୍ର ଗଠନ କରିପାରନ୍ତି ନୂଆ ଆଞ୍ଚଳିକ ଦଳ

ଅଯୋଧ୍ୟା ଫେରିଲେ ଶ୍ରୀରାମଲଲା

0

ଅଯୋଧ୍ୟା: ପ୍ରଭୁ ଆସିଲେ ଅଯୋଧ୍ୟା। ବିରାଜମାନ କରିଲେ ଭବ୍ୟ ରାମ ମନ୍ଦିରରେ। ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ହେଲା ଅନ୍ତ। ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଲୋକାର୍ପିତ ହୋଇଛି । ମନ୍ଦିରରେ ବିରାଜମାନ ପରେ ଶ୍ରୀରାମଙ୍କ ଠାରେ ପ୍ରାଣ ପ୍ରତିଷ୍ଠା ବିଧି ସମ୍ପନ୍ନ ହୋଇଛି । ଧାର୍ଯ୍ୟ ସମୟ ମୁତାବକ ଶୁଭ ମୁହୂର୍ତ୍ତ ୮୪ ସେକେଣ୍ଡର ରହିଥିଲା । ଏହି ଶୁଭବେଳାରେହିଁ ରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ମଧ୍ୟାହ୍ନ ୧୨ଟା ୨୯ ମିନିଟ ୨ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଏହି ଶୁଭ ମୁହୂର୍ତ୍ତ ଥିଲା । ପ୍ରାଣ ପ୍ରତିଷ୍ଠା ପୂଜା ଆରମ୍ଭ ହେଲା ବେଳେ ମନ୍ଦିର ପରିସର ମଧ୍ୟରେ ସେନା ହେଲିକପ୍ଟର୍‌ ସବୁ ପୁଷ୍ପବୃଷ୍ଟି କରିଥିଲେ।

ସମସ୍ତ ରୀତିନୀତି ଅନୁଯାଇ ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । କଳା ମୁଗୁନି ପଥରରେ ଖୋଦିତ ଏହି ବିଗ୍ରହରେ ପ୍ରଭୁ ରାମ ଜଣେ ୫ ବର୍ଷର ବାଳକ ରୂପରେ ଆବିର୍ଭାବ ହୋଇଛନ୍ତି। ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯାଇଥିବା ରାମ ଲାଲାଙ୍କ ୫୧ ଇଞ୍ଚ ଉଚ୍ଚ ବିଗ୍ରହ ଆଖିରେ ବନ୍ଧାଯାଇଥିବା ପୋଟଳି ଖୋଲି ପ୍ରଧାନମନ୍ତ୍ରୀ ମୋଦୀ ସୁବର୍ଣ୍ଣ ଖଡ଼ିକାରେ କଜ୍ଜ୍ବଳ ଲଗାଇଛନ୍ତି।

ମନ୍ଦିରରେ ବିରାଜମାନ ପ୍ରଭୁ ଶ୍ରୀରାମଙ୍କ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୁଷିତ ପ୍ରତିମାର ପ୍ରଥମ ଫଟୋ ସାମନାକୁ ଆସିଛି । ଏହି ଅବସରରେ ଦୁଲୁକୁଛି ରାମଙ୍କ ନଗରୀ ଅଯୋଧ୍ୟା। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଚାରିଆଡେ ଶୁଭୁଛି ରାମନାମର ସ୍ବର। ପୂରା ଜଗତ ରାମମୟ ହୋଇପଡିଛି। ସାରା ଦେଶରୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଛି । ପ୍ରାୟ ୭ ହଜାର ସାଧୁସନ୍ଥ, ପ୍ରତିଷ୍ଠିତ ବ୍ୟକ୍ତି ଓ ଶ୍ରଦ୍ଧାଳୁଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ପୂରା ଅଯୋଧ୍ୟାରେ ଦୀପାବଳୀ ଆୟୋଜନ ହେଉଛି। ୧୦ ଲକ୍ଷ ଦୀପରେ ଝଲସିବ ଅଯୋଧ୍ୟା ନଗରୀ।

Leave A Reply

Your email address will not be published.