ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ଅଯୋଧ୍ୟା ଫେରିଲେ ଶ୍ରୀରାମଲଲା

0

ଅଯୋଧ୍ୟା: ପ୍ରଭୁ ଆସିଲେ ଅଯୋଧ୍ୟା। ବିରାଜମାନ କରିଲେ ଭବ୍ୟ ରାମ ମନ୍ଦିରରେ। ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ହେଲା ଅନ୍ତ। ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଲୋକାର୍ପିତ ହୋଇଛି । ମନ୍ଦିରରେ ବିରାଜମାନ ପରେ ଶ୍ରୀରାମଙ୍କ ଠାରେ ପ୍ରାଣ ପ୍ରତିଷ୍ଠା ବିଧି ସମ୍ପନ୍ନ ହୋଇଛି । ଧାର୍ଯ୍ୟ ସମୟ ମୁତାବକ ଶୁଭ ମୁହୂର୍ତ୍ତ ୮୪ ସେକେଣ୍ଡର ରହିଥିଲା । ଏହି ଶୁଭବେଳାରେହିଁ ରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ମଧ୍ୟାହ୍ନ ୧୨ଟା ୨୯ ମିନିଟ ୨ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଏହି ଶୁଭ ମୁହୂର୍ତ୍ତ ଥିଲା । ପ୍ରାଣ ପ୍ରତିଷ୍ଠା ପୂଜା ଆରମ୍ଭ ହେଲା ବେଳେ ମନ୍ଦିର ପରିସର ମଧ୍ୟରେ ସେନା ହେଲିକପ୍ଟର୍‌ ସବୁ ପୁଷ୍ପବୃଷ୍ଟି କରିଥିଲେ।

ସମସ୍ତ ରୀତିନୀତି ଅନୁଯାଇ ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । କଳା ମୁଗୁନି ପଥରରେ ଖୋଦିତ ଏହି ବିଗ୍ରହରେ ପ୍ରଭୁ ରାମ ଜଣେ ୫ ବର୍ଷର ବାଳକ ରୂପରେ ଆବିର୍ଭାବ ହୋଇଛନ୍ତି। ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯାଇଥିବା ରାମ ଲାଲାଙ୍କ ୫୧ ଇଞ୍ଚ ଉଚ୍ଚ ବିଗ୍ରହ ଆଖିରେ ବନ୍ଧାଯାଇଥିବା ପୋଟଳି ଖୋଲି ପ୍ରଧାନମନ୍ତ୍ରୀ ମୋଦୀ ସୁବର୍ଣ୍ଣ ଖଡ଼ିକାରେ କଜ୍ଜ୍ବଳ ଲଗାଇଛନ୍ତି।

ମନ୍ଦିରରେ ବିରାଜମାନ ପ୍ରଭୁ ଶ୍ରୀରାମଙ୍କ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୁଷିତ ପ୍ରତିମାର ପ୍ରଥମ ଫଟୋ ସାମନାକୁ ଆସିଛି । ଏହି ଅବସରରେ ଦୁଲୁକୁଛି ରାମଙ୍କ ନଗରୀ ଅଯୋଧ୍ୟା। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଚାରିଆଡେ ଶୁଭୁଛି ରାମନାମର ସ୍ବର। ପୂରା ଜଗତ ରାମମୟ ହୋଇପଡିଛି। ସାରା ଦେଶରୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଛି । ପ୍ରାୟ ୭ ହଜାର ସାଧୁସନ୍ଥ, ପ୍ରତିଷ୍ଠିତ ବ୍ୟକ୍ତି ଓ ଶ୍ରଦ୍ଧାଳୁଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ପୂରା ଅଯୋଧ୍ୟାରେ ଦୀପାବଳୀ ଆୟୋଜନ ହେଉଛି। ୧୦ ଲକ୍ଷ ଦୀପରେ ଝଲସିବ ଅଯୋଧ୍ୟା ନଗରୀ।

Leave A Reply

Your email address will not be published.