ପ୍ରମୁଖ ଖବର

ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା
ପ୍ରଥମ ଥର ୩୦୦ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ପଣ୍ଡା

0

ଭୁବନେଶ୍ୱର: ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ପଣ୍ଡା । ପୂର୍ବତନ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି ।୧୯୯୪ ବ୍ୟାଚର ଆଇପିଏସ ସଞ୍ଜୀବ ପଣ୍ଡା ଟ୍ୱିନ ସିଟିର ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି । ପୂର୍ବରୁ ଗୁଇନ୍ଦା ବିଭାଗର ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଥିବା ଏହି ଅଫିସର ସମ୍ଭାଳିବେ କଟକ ଏବଂ ଭୁବନେଶ୍ୱର । ଆଉ ନୂଆ କମିଶନର ହିସାବରେ ଦାୟିତ୍ୱ ନେବା ପରେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଆହ୍ୱାନ ସେ ଦେଇଛନ୍ତି ।

ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରିତକ୍ରିୟାରେ କହିଛନ୍ତି ଯେ, ମୁଁ ଆଜି ଟ୍ୱଇନ ସିଟି କଟକ ଏବଂ ଭୁବନେଶ୍ୱରର ପୁଲିସ କମିଶନର ଭବେ ଦାୟିତ୍ୱ ଗ୍ରହଣ କଲି । ଏବଂ ମୁଁ ଆଶା କରୁଛି ଆମ ସହରବାସୀ ପୁଲିସକୁ ତାର କାର୍ଯ୍ୟ କରିବାରେ ସହଯୋଗ କରିବେ । ଲୋକଙ୍କ ସହାୟତାରେ ଆମେ କମିଶନର ପୁଲିସକୁ ଆଗକୁ ନେବୁ । ଅପରାଧ ନିରାକରଣ, ଟ୍ରାଫିକ ଡିଉଟି, ଏବଂ ସାଇବର କ୍ରାଇମ ଏବେ ବହୁତ ମାତ୍ରରେ ଦେଖାଯାଉଛି । ମହିଳା, ଶିଶୁ , ଅନୁସୂଚିତ ଜାତି, ଜନଜାତି ଯାହା ସମସ୍ୟା ରହିଛି ତାହା ସମାଧାନ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ପୋଲିସ କମିଶନର ।

Leave A Reply

Your email address will not be published.