ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ସିମି ଉପରେ ଲାଗିଥିବା ବ୍ୟାନ୍‌ ଆଉ ୫ବର୍ଷ ବଢ଼ିଲା

0

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସିମି ଉପରେ ଲାଗିଥିବା ବ୍ୟାନ୍‌ର ଅବଧିକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ସିମି ଗୋଟିଏ ବେଆଇନ ସଂଗଠନ ହୋଇଥିବାରୁ ଏହା ଉପରେ ଲାଗିଥିବା ବ୍ୟାନ ଆଉ ୫ ବର୍ଷ ବଢ଼ିଛି। କଠୋର ୟୁଏପିଏ ବଳରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଜି ଏହି ବ୍ୟାନର ଅବଧି ବୃଦ୍ଧି କରିଛି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସିମି ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା, ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦଭାବନାକୁ ନଷ୍ଟ କରିବାରେ ନିୟୋଜିତ ଅଛି ଯାହା ଭାରତର ସାର୍ବଭୌମତ୍ୱ, ନିରାପତ୍ତା ଏବଂ ଅଖଣ୍ଡତା ପ୍ରତି ପ୍ରତିକୂଳ ଅଟେ । ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ (ୟୁଏପିଏ) ୧୯୬୭ ସମେତ ଆଇନର ବିଭିନ୍ନ ଧାରା ଅନୁଯାୟୀ ସିମି ଏବଂ ଏହାର ସଦସ୍ୟଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ତେବେ ଶେଷ ଥର ପାଇଁ ୨୦୧୯ ଜାନୁଆରି ୩୧ ତାରିଖରେ ଗେଜେଟ୍ ବିଜ୍ଞପ୍ତି ନଂ ଏସ୍ ଓ ୫୬୪(ଇ) ଜରିଆରେ ସିମି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ବିରୋଧରେ ସିମି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Leave A Reply

Your email address will not be published.